Report Card Odisha

| Daily Odia News

କରୋନା ଭାଇରସର ପ୍ରତି ଭାରିଆଣ୍ଟ ଉପରେ ନଜର ରଖିବାକୁ ହେବ:ପ୍ରଧାନମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଙ୍ଗଳବାର ୮ ରାଜ୍ୟ ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକିମ, ମଣିପୁର, ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ମାନଙ୍କସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଏସବୁ ରାଜ୍ୟରେ ଗତ କିଛିଦିନ ହେଲା କରୋନା ସଂକ୍ରମଣ ମାମଲା ପୁଣି ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି | ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ବଢୁଥିବା ଭିଡକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହାସହ ପୂର୍ବତ୍ତୋର ରାଜ୍ୟରେ କରୋନା ସଂକ୍ରମଣ ନକମିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଆମକୁ କରୋନା ଭାଇରସର ପ୍ରତି ଭାରିଆଣ୍ଟ ଉପରେ ନଜର ରଖିବାକୁ ହେବ । ମ୍ୟୁଟେସନ୍ ହେବା ପରେ ଏହା କେତେ ମାରାତ୍ମକ ତାହା ବିଶେଷଜ୍ଞମାନେ ନିରନ୍ତର ଭାବେ ଗବେଷଣା କରୁଛନ୍ତି । ତେବେ ସାମାଜିକ ଦୂରତା ରକ୍ଷା କରିବା ସହ ଉପଚାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କରୋନା ପାଇଁ ପର୍ଯ୍ୟଟନ ପ୍ରଭାବିତ ହୋଇଛି । କିନ୍ତୁ ବଜାର ଓ ହିଲ୍ ଷ୍ଟେସନରେ ମାସ୍କ ପିନ୍ଧି ବୁଲିବା ଅନୁଚିତ । ଟିକାକରଣ ଅଭିଯାନରେ ପୂର୍ବତ୍ତୋର ରାଜ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ହେବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବତ୍ତୋରରେ ଟିକାକରଣ ପାଇଁ ତଥା ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଧାର କରିବାକୁ କ୍ୟାବିନେଟ୍ ୨୩ ହଜାର କୋଟିର ପ୍ୟାକେଜକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇପାରିବ । ସଂକ୍ରମଣ ରୋକିବା ପାଇଁ ତୃଣମୂଳ ସ୍ତରରେ କଡା ପଦକ୍ଷେପ ନେବାକୁ ହେବ । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ନଜର ରଖିବାକୁ ହେବ । ପୂର୍ବତ୍ତୋରର ଭୌଗଳିକ ଅବସ୍ଥିତି ସତ୍ତ୍ୱେ ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ତ୍ୱରାନ୍ବିତ କରାଯାଉଥିବା ସେ କହିଛନ୍ତି ।

Breaking News