Report Card Odisha

| Daily Odia News

ନିଆଁରେ ପୋଡ଼ି ହୋଇ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କର ମୃତ୍ୟୁ, ସନ୍ଦେହ ଘେରରେ ସ୍ତ୍ରୀ…..

ରିପୋର୍ଟ କାର୍ଡ / ପାରଳାଖେମୁଣ୍ଡି

ନିଆଁରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କର ମଙ୍ଗଳବାର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡିଯାଇଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- , ସୌମ୍ୟ ରଞ୍ଜନ ୬ ମାସ ତଳେ ବିବାହ କରିଥିଲେ। ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ ରହୁଥିଲେ। ଗତକାଲି ରାତି ୯ଟା ସମୟରେ ହଠାତ୍‌ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଦେଖିଥିଲେ, ସୌମ୍ୟ ରଞ୍ଜନ ପୋଡି ହୋଇ ଯାଇଛନ୍ତି।ସୌମ୍ୟରଞ୍ଜନ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନି ସଂସ୍ପର୍ଶରେ ଆସି ଜଳି ଯାଇଥିଲେ । ତାଙ୍କ ଶରୀରର ପ୍ରାୟ ୮୦ଭାଗରୁ ଅଧିକ ପୋଡିଯାଇଥିଲା । ଏପଟେ ମୃତ୍ୟୁ କୁ ନେଇ ପରିବାରଲୋକେ ସୌମ୍ୟରଞ୍ଜନଙ୍କ ସ୍ତ୍ରୀକୁ ଦାୟୀ କରିଥିବା ନେଇ ସୂଚନା ମିଳିଛି |

Breaking News