Report Card Odisha

| Daily Odia News

ହଟସ୍ପଟ ପାଲଟିଛି ମହାରାଷ୍ଟ୍ର ଓ ପଞ୍ଜାବ:କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ସଂକ୍ରମଣର ନୂଆ ହଟସ୍ପଟ ପାଲଟିଛି ମହାରାଷ୍ଟ୍ର ଓ ପଞ୍ଜାବ । ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଉଦବେଗଜନକ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ପଞ୍ଜାବ ସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ହିଁ ନୂଆ ୨୪ ହଜାର କେସ୍ ମିଳିଥିବା ସୂଚନା ମିଳିଛି । ସଂକ୍ରମଣ ମାମଲା ହଠାତ ବୃଦ୍ଧି ପାଇବାରୁ ସର୍ବସାଧାରଣ ସ୍ଥାନ ମାନଙ୍କରେ ହୋଲି ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି ବିଏମସି ଗାଇଡ଼ଲାଇନ୍ ଜାରି କରିଛି । ଆଇନ୍ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ଲୋକସଂଖ୍ୟା ତୁଳନାରେ ପଞ୍ଜାବ ସ୍ଥିତି ମଧ୍ୟ ଉଦବେଗଜନକ ରହିଛି । ଦେଶର ସର୍ବାଧିକ ସଂକ୍ରମିତ ଚିହ୍ନଟ ୧୦ ଜିଲ୍ଲାରୁ ୯ଟି ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ଅନ୍ୟପଟେ ଗୁଜରାଟରୁ ଦୈନିକ ୧୭ଶହ ଏବଂ ମଧ୍ୟପ୍ରଦେଶରୁ ୧୫ଶହ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୁଜରାଟର ସୁରତ, ଅହମ୍ମଦାବାଦ, ଭାବନଗରରୁ ବେଶୀ ସଂକ୍ରମିତ ବାହାରୁଛନ୍ତି । ଗତ ବର୍ଷ ମହାମାରୀ ଯୋଗୁଁ ଲୋକମାନେ ଘରେ ବନ୍ଦୀ ଅବସ୍ଥାରେ ଦିନ କାଟିବାକୁ ବାଧ୍ୟ ହୋଇଥିଲେ। ନୂଆ ବର୍ଷରେ କରୋନାରୁ ମୁକ୍ତି ପାଇବାର ଆଶା ଥିଲା, କିନ୍ତୁ ଦିନକୁ ଦିନ କରୋନା ମହାମାରୀ ନୂଆ ସଙ୍କଟର ଅଭାସ ଦେଉଛି । ଦେଶର ୧୮ଟି ରାଜ୍ୟରେ କରୋନାର ଡବଲ୍ ମ୍ୟୁଟାଣ୍ଟ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ବିଭିନ୍ନ ରାଜ୍ୟରେ ଏବେ ସଂକ୍ରମଣ ବଢ଼ୁଥିବା ବେଳେ ଦେଶରେ ମହାମାରୀର ଆଉ ଏକ ଲହରୀ ଆସିବାର ଆଶଙ୍କା ରହିଛି।

Breaking News