ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିର ଦିନରେ ବ୍ରିଟିସ୍ ସରକାର ବିରୋଧରେ ମହାତ୍ମା ଗାନ୍ଧୀ ଦେଇଥିବା ‘ଭାରତ ଛାଡ଼’ ଡାକରା ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସମ୍ପ୍ରତି ଭାରତ ଏକତ୍ର ହୋଇ ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣର ବିରୋଧ କରୁଛି। ସେତେବେଳେ ସିନା ଇଂରେଜ ଭାରତ ଛାଡ଼ର ନାରା ଦିଆଯାଇଥିଲା, ହେଲେ ଏବେ ଭ୍ରଷ୍ଟାଚାର ଭାରତ ଛାଡ଼, ପରିବାରବାଦ ଭାରତ ଛାଡ଼, ତୁଷ୍ଟିକରଣ ଭାରତ ଛାଡ଼, ପ୍ରତ୍ୟେକଟି ସାମାଜିକ ବାଧା ଭାରତ ଛାଡ଼ିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ‘ଭାରତ ଛାଡ଼ ଆନ୍ଦୋଳନ’ରେ ଭାଗ ନେଇଥିବା ମହାପୁରୁଷମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଔପନିବେଶୀୟ ଶାସନରୁ ଭାରତକୁ ମୁକ୍ତ କରିବାରେ ଗାନ୍ଧୀଜୀଙ୍କ ନେତୃତ୍ବରେ ହୋଇଥିବା ଏହି ଆନ୍ଦୋଳନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସୂଚନାଯୋଗ୍ୟ, ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳମାନଙ୍କୁ ଦୋଷ ଦେଇ ଆସୁଛନ୍ତି। ତେଣୁ, ସେମାନଙ୍କୁ ପରିତ୍ୟାଗ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….