ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ଭୋଟର ହେବ ଗଣତି | ପୂର୍ବାହ୍ଣ ୧୧ଟାରୁ ଗଣତି ଆରମ୍ଭ ହେବ ହୋଇଲି ସୂଚନା ମିଳିଛି। ଗଣତି ଶେଷ ହେବା ପରେ ଫଳାଫଳ ଘୋଷଣା କରାଯିବ ବୋଲି ଜଣାପଡିଛି। ତେବେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ବିଜେଡି, ୱାଇଏସଆର କଂଗ୍ରେସ, ଅକାଳୀ ଦଳ, ଜେଏମ୍ଏମ୍, ଶିବସେନା ଭଳି ଦଳ ଗୁଡିକ ସମର୍ଥନ ଦେଇଥିବାରୁ ଫଳାଫଳ ତାଙ୍କ ସପକ୍ଷରେ ଯିବା ଆଶା କରାଯାଉଛି। ପ୍ରଥମେ ରିଟର୍ଣ୍ଣିଂ ଅଧିକାରୀ ବିଭିନ୍ନ ରାଜ୍ୟରୁ ଆସିଥିବା ବାଲଟ ପେପର ଗୁଡିକୁ ତାଲିକାଭୁକ୍ତକରି ଭଲ ଭାବେ ଯାଞ୍ଚ କରିବେ। ସାଂସଦମାନେ ସେମାନଙ୍କ ପ୍ରଥମ ପସନ୍ଦ ପ୍ରାର୍ଥୀଙ୍କୁ ସବୁଜ କାଳି ଦ୍ୱାରା ଚୟନ କରିଥିବା ବେଳେ ବିଧାୟକମାନେ ଗୋଲାପୀ କାଳିରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସଂସଦର ଭୋଟ ଗଣତି କୋଠରୀରେ ଦୁଇଟି ଟ୍ରେ ରହିବ। ଦୁଇଜଣ ପ୍ରାର୍ଥୀ ଥିବାରୁ ଗୋଟିଏ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଉ ଗୋଟିଏ ଯଶୱନ୍ତ ସିହ୍ନାଙ୍କ ପାଇଁ ରହିବ। ପ୍ରଥମେ ବିଧାୟକ ମାନଙ୍କ ବାଲଟ ପେପର ସର୍ଟଲିଷ୍ଟ କରାଯିବା ପରେ ସାଂସଦଙ୍କ ବାଲଟ ପେପର ଏକାଠି କରାଯାଇ ଗଣତି ହେବ। ଏଥିପାଇଁ ସଂସଦ ଭବନର ୭୩ ନମ୍ବର କୋଠରୀ ବାହାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି। ଗଣତି ଆରମ୍ଭ ହେବା ପରେ ଗଣମାଧ୍ୟମକୁ ନିୟମିତ ସୂଚନା ଦିଆଯିବ।






More Stories
ଚମକିଲେ ଚିରାଗ ପାଶୱାନ,୨୨ସିଟରେ ଆଗୁଆ…..
ଦିଲ୍ଲୀ ବିସ୍ଫୋରଣ:ମାଷ୍ଟରମାଇଣ୍ଡର ଘର ଉଡାଇଲେ ସୁରକ୍ଷା କର୍ମୀ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….