ରିପୋର୍ଟ କାର୍ଡ / ଭୁବନେଶ୍ୱର/ ନୂଆପଡା
ଶୁକ୍ରବାର ହେବ ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି। ନୂଆପଡ଼ାର ନୂଆ ନେତା କିଏ ହେବ ତାହା ଜାଣିବା ଲାଗି ରାଜ୍ୟବାସୀ ପ୍ରତୀକ୍ଷା କରି ରହିଛନ୍ତି। ସକାଳ ୭ ଟାରୁ ଭୋଟ୍ ଗଣତି ଆରମ୍ଭ ହେବ | ଭୋଟ ଗଣତି ପୂର୍ବରୁ ଇଭିଏମ ରଖାଯାଇଥିବା ଷ୍ଟ୍ରଙ୍ଗରୁମକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ଷ୍ଟ୍ରଙ୍ଗରୁମ ବାହାରେ ବି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଷ୍ଟ୍ରଙ୍ଗରୁମ ସୁରକ୍ଷା ନେଇ ଏସପି ସମୀକ୍ଷା କରିବା ସମୟରେ ଏହି ତଥ୍ୟ ଦିଆଯାଇଛି।ଷ୍ଟ୍ରଙ୍ଗରୁମ ସୁରକ୍ଷା ପାଇଁ ଦୁଇ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି। ଅଧିକୃତ ଓ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତି ହିଁ ପ୍ରବେଶ କରିପାରିବେ। ଭିତରକୁ ପ୍ରବେଶ ପୂର୍ବରୁ ୩ଟି ସ୍ଥାନରେ ଯାଞ୍ଚ କରାଯିବ। ଆବଶ୍ୟକ ପଡ଼ିଲେ ସୁରକ୍ଷା କର୍ମୀ ବୃଦ୍ଧି କରାଯିବ ବୋଲି ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।






More Stories
ଆଜି ଆସିବ ବିହାର ନିର୍ବାଚନ ଫଳାଫଳ…..
ବାଲିଯାତ୍ରାରେ ଠେଲାପେଲା, ୨ ଅଚେତ……
ଆଉ ଥରେ ହେଉ ନୂଆପଡ଼ା ଉପନିର୍ବାଚନ:କଂଗ୍ରେସ…..