ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ରୁଜୁ ମନିଲଣ୍ଡରିଂ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ରାଏଲ କୋର୍ଟରେ ନିୟମିତ ଜାମିନ ପାଇଁ ଆବେଦନ କରିଛନ୍ତି। ଏହି ଆବେଦନକୁ ଇଡି ଆଜି କୋର୍ଟରେ ଜୋରଦାର ବିରୋଧ କରିଛି। ତଥାପି ରାଉଜ ଆଭିନ୍ୟୁ କୋର୍ଟ ପୂରା ଆବେଦନ ଉପରେ ଜବାବ ରଖିବାକୁ ଇଡିକୁ କହିଛନ୍ତି। ଜୁନ ୧ ତାରିଖ ସୁଦ୍ଧା ଇଡି ଆବେଦନ ଉପରେ ଜବାବ ରଖିବ। ଜୁନ ୧ ତାରିଖ ଦିନ ୨ଟା ବେଳେ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରାଯିବ। ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜାଙ୍କ ପାଖରେ କେଜ୍ରିୱାଲ ଉଭୟ ଅନ୍ତରୀଣ ଓ ନିୟମିତ ଜାମିନ ପାଇଁ ଆବେଦନ କରିଛନ୍ତି। ନିୟମିତ ଜାମିନ ସହ ଅନ୍ତରୀଣ ଜାମିନ ଉପରେ ମଧ୍ୟ ଜବାବ ରଖିବାକୁ ବିଚାରପତି କାବେରୀ ତଦନ୍ତକାରୀ ସଂସ୍ଥାକୁ କହିଛନ୍ତି। ଯଦି ନିୟମିତ ଜାମିନ ନ ମିଳିବ, ତା’ହେଲେ କେଜ୍ରିୱାଲ ମେଡିକାଲ ଗ୍ରାଉଣ୍ଡରେ ୭ ଦିନର ଅନ୍ତରୀଣ ଜାମିନ ପାଇଁ ମଧ୍ୟ କହିଛନ୍ତି। ଏହା ଉପରେ ମଧ୍ୟ ଇଡି ଜବାବ ରଖିବ | ଆଜି ଜାମିନକୁ ବିରୋଧ କରି ଇଡି ପକ୍ଷରୁ ଆଡିସନାଲ ସଲିସିଟର ଜେନେରାଲ ଏସ୍ଭି ରାଜୁ କହିଛନ୍ତି ଯେ ପଞ୍ଜାବରେ ବର୍ତ୍ତମାନ ନିର୍ବାଚନ ପ୍ରଚାର କରୁଥିବା କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଜାମିନ ମିଳିବା ଉଚିତ ନୁହେଁ। ପଞ୍ଜାବରେ ପ୍ରଚାର କରିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉ ନାହିଁ। ସେ ନିୟମିତ ପ୍ରଚାର କରି ଚାଲିଛନ୍ତି। ଶେଷ ସମୟରେ ସେ ଜାମିନ ପାଇଁ ଆବେଦନ କରିଥିବାରୁ ତାଙ୍କୁ ଏହା ମିଳିବା କଥା ନୁହେଁ ବୋଲି ସେ ଯୁକ୍ତି ଉପସ୍ଥାପନ କରିଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……