ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅବକାରୀ ନୀତି ଦୁର୍ନୀତି ମାମଲାରେ ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧି ହୋଇଛି | ସିସୋଦିଆଙ୍କୁ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜୁଲାଇ ୬ ଯାଏ ଜେଲ ହାଜତକୁ ପଠାଇ ଦେଇଛନ୍ତି। ସିସୋଦିଆଙ୍କ ସହ ଅନ୍ୟ ଅଭିଯୁକ୍ତମାନଙ୍କର ମଧ୍ୟ ବିଚାର ବିଭାଗୀୟ ହାଜତ ଅବଧିକୁ କୋର୍ଟ ବୃଦ୍ଧି କରିଛନ୍ତି। ସିସୋଦିଆଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରଥମେ ଇଡି ଗିରଫ କରିଥିଲା। ଏହାପରେ ସେ ସିବିଆଇ ଦ୍ୱାରା ମଧ୍ୟ ଗିରଫ ହୋଇଥିଲେ। ସିବିଆଇ ଓ ଇଡି ଉଭୟ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଫାଇଦା ଦେବା ପାଇଁ ଅବକାରୀ ନୀତି ପ୍ରଣୟନ କରାଯାଇଥିଲା। ଏଥିପାଇଁ ବ୍ୟାପକ ଲାଞ୍ଚ କାରବାର ହୋଇଥିଲା ଓ ଆପ୍ର ବିରିଷ୍ଠ ନେତାମାନେ ଏହାର ଫାଇଦା ହାସଲ କରିଥିଲେ ଉଭୟ ତଦନ୍ତକାରୀ ସଂସ୍ଥା ଦାବି କରିଛନ୍ତି।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..
ଇସ୍ରାଏଲକୁ ଉଡ଼ିବନି ଏୟାର ଇଣ୍ଡିଆ ବିମାନ…..