Report Card Odisha

| Daily Odia News

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ସମନ କଲେ କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ୧୦୦ କୋଟିର ମାନହାନୀ କେସରେ ସମନ କରିଛନ୍ତି ପଞ୍ଜାବର ଗୋଟିଏ କୋର୍ଟ। ବ୍ୟାନ ହୋଇଥିବା ଇସଲାମିକ ସଂଗଠନ ପିଏଫଆଇ ସହ କଂଗ୍ରେସ ବଜରଙ୍ଗ ଦଳକୁ ତୁଳନା କରିଥିଲା। କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପକ୍ଷରୁ ଏପରି କୁହାଯାଇଥିଲା। ଏଥିପାଇଁ ଖଡଗେଙ୍କ ନାଁରେ ୧୦୦ କୋଟିର ମାନହାନୀ କେସ୍‌ କରାଯାଇଛି। ଆଜି ପଞ୍ଜାବର ସଙ୍ଗରୁର ଜିଲ୍ଲା କୋର୍ଟ କଂଗ୍ରେସ ଅଧ୍ୟକ୍ଷ ଖଡଗେଙ୍କୁ ସମନ କରିଛନ୍ତି। ତାଙ୍କ ବିରୋଧରେ ବଜରଙ୍ଗ ଦଳ ହିନ୍ଦୁସ୍ତାନ ନାମକ ଗୋଟିଏ ସଂଗଠନର ସଭାପତି ହିତେଶ ଭରଦ୍ୱାଜ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କୋର୍ଟ ଖଡଗେଙ୍କୁ ସମନ କରିଛନ୍ତି। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକା ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ତା’ର ଇସ୍ତାହାର ଜାରି କରିଥିଲା। ଏଥିରେ କଂଗ୍ରେସ ବଜରଙ୍ଗ ଦଳକୁ ସିମି ଓ ଅଲକାଏଦା ଭଳି ଦେଶ ବିରୋଧୀ ସଂଗଠନ ସହ ତୁଳନା କରିଥିଲା। କଂଗ୍ରେସ ତା’ର ଇସ୍ତହାରରେ ବଜରଙ୍ଗ ଦଳର ନାଁ ନେଇ ବିଦ୍ୱେଷ ବା ଘୃଣାର ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିଛି ବୋଲି ଆବେଦନକାରୀ କହିଛନ୍ତି।

Breaking News