ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା କୁ ନେଇ ଏକ ବଡ଼ ଘୋଷଣା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କହିଛିକି କୋଭିଡ-୧୯ ଆଉ ଏକ ବିଶ୍ୱ ଇମର୍ଜେନ୍ସି ହୋଇ ରହିନାହିଁ । ଫଳରେ ଏହା ଏବେ ଏକ ବିଶ୍ୱ ମହାମାରୀ ନୁହେଁ, ଯାହା ଗତ ତିନି ବର୍ଷରୁ ଅଧିକ ସମୟରେ ସାରା ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଏହା ସହିତ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଛି। ଡବ୍ଳ୍ୟୁଏଚ୍ଓ ପକ୍ଷରୁ କୁହାଯାଇଛି ଯେ, ଯଦିଓ କୋଭିଡ-୧୯ର ଇମର୍ଜେନ୍ସି ପର୍ଯ୍ୟାୟ ଶେଷ ହୋଇଯାଇଛି, ତଥାପି ବିପଦ ପୂରା ଟଳି ନାହିଁ। ଏହା ଏବେ ସାରା ବିଶ୍ୱ ପାଇଁ ଏକ ସ୍ୱାସ୍ଥ୍ୟ ସଙ୍କଟ ହୋଇ ରହିଛି। ନିକଟରେ ଦକ୍ଷିଣପୂର୍ବ ଏସିଆ ଓ ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ କରୋନା ସଂକ୍ରମଣରେ ହୋଇଥିବା ବୃଦ୍ଧିକୁ ଦୃଷ୍ଟିରେ ଡବ୍ଳ୍ୟୁଏଚ୍ଓ ପକ୍ଷରୁ ଏହି କଥା କୁହାଯାଇଛି। ଏବେ ବି ପ୍ରତି ସପ୍ତାହରେ ବିଶ୍ୱରେ ବହୁତ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ୨୦୨୦ ଜାନୁଆରୀ ୩୦ ତାରିଖରେ ଯେତେବେଳେ ଡବ୍ଳ୍ୟୁଏଚ୍ଓ କରୋନା ଭୂତାଣୁକୁ ଏକ ଅନ୍ତର୍ଜାତୀୟ ସଙ୍କଟ ବୋଲି ଘୋଷଣା କରିଥିଲା | ସେତେବେଳେ କୋଭିଡ-୧୯ର ନାମକରଣ ହୋଇନଥିଲା। ସେହିଭଳି ଚୀନ ବ୍ୟତୀତ ବିଶ୍ୱର ଅନ୍ୟକୌଣସି ସ୍ଥାନରେ କରୋନା ସଂକ୍ରମଣ ବ୍ୟାପକ ରୂପ ନେଇ ନଥିଲା। କିନ୍ତୁ ଗଲା ତିନି ବର୍ଷରୁ ଅଧିକ ସମୟ ଭିତରେ ସାରା ବିଶ୍ୱରେ ୭୬.୪ କୋଟି ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ସାରା ବିଶ୍ୱରେ ପ୍ରାୟ ୫୦୦ କୋଟି ଲୋକ ଅତିକମ୍ରେ ଗୋଟିଏ କରୋନା ଟିକା ନେଇଛନ୍ତି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..