Report Card Odisha

| Daily Odia News

ରାଜ୍ୟରେ ୮ ହଜାର ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୩୦୯୬ରେ ପହଞ୍ଚିଛି | ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୧୧୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଅନୁଗୁଳରୁ ୩୮୮, ବାଲେଶ୍ୱରରୁ ୩୩୧, ବରଗଡ଼ରୁ ୧୧୭, ଭଦ୍ରକରୁ ୨୬୭, ବଲାଙ୍ଗୀରରୁ ୮୯୬, ବୌଦ୍ଧରୁ ୧୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୭୭୧, ଦେବଗଡ଼ରୁ ୬୪, ଢେଙ୍କାନାଳରୁ ୧୦୬, ଗଜପତିରୁ ୪୮. ଗଞ୍ଜାମରୁ ୭୪, ଜଗତସିଂହପୁରରୁ ୨୩୨, ଯାଜପୁରରୁ ୪୮୬, ଝାରସୁଗୁଡ଼ାରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୧୮୮, କେନ୍ଦୁଝରରୁ ୧୪୮, ଖୋର୍ଧାରୁ ୧୧୬୭, କୋରାପୁଟରୁ ୧୫୮, ମାଲଗାନଗିରିରୁ ୯୫, ମୟୂରଭଞ୍ଜରୁ ୩୭୦, ନବରଙ୍ଗପୁରରୁ ୧୯୮, ନୟାଗଡ଼ରୁ ୧୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ, ନୂଆପଡ଼ାରୁ ୨୮, ପୁରୀରୁ ୩୦୬, ରାୟଗଡ଼ାରୁ ୨୨୨, ସମ୍ବଲପୁରରୁ ୧୦୭, ସୋନପୁରରୁ ୫୯ ଓ ସୁନ୍ଦରଗଡ଼ରୁ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Breaking News