Report Card Odisha

| Daily Odia News

୧୦ ରୁ ବୁଷ୍ଟର ଡୋଜ୍‌ ଟିକାକରଣ ଆରମ୍ଭ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୧୦ ତାରିଖ ରବିବାରଠାରୁ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଏହି ଡୋଜ୍‌ । ଦୁଇଟିଯାକ ଡୋଜ୍‌ ନେଇଥିବା ବ୍ୟକ୍ତି ଘରୋଇ ହସ୍ପିଟାଲ କିମ୍ବା ସରକାରୀ ହସ୍ପିଟାଲରେ ଦୁଇଟି ଯାକ ଟିକା ନେଇଥିବା ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେଇପାରିବେ । କୋଭିଡ୍‌ର ଦୁଇଟିଯାକ ଡୋଜ୍‌ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍‌ ନେଇପାରିବେ । ମିଳିଥିବା ସୂଚନା ମୁତାବକ ଦେଶରେ ୧୫ ବର୍ଷରୁ ଅଧିକ ବୟସ୍କ ପିଲା ଗୋଟିଏ ଟିକା ନେଇଥିବା ସଂଖ୍ୟା ୯୬ ପ୍ରତିଶତ ରହିଛି । ସେହି ରି ଡବଲ ଡୋଜ୍‌ ନେଇଥିବା ଲୋକଙ୍କ ସଂଖ୍ୟା ୮୩ ପ୍ରତିଶତ । ବର୍ତ୍ତମାନ ସୁଦ୍ଧା ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ୍‌ ସ୍ୱାସ୍ଥ୍ୟକର୍ମୀ ଓ ୬୦ରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯାଇଛି । ଅନ୍ୟପଟେ ୧୨ରୁ ୧୪ ବର୍ଷ ବୟସର ୪୫ ପ୍ରତିଶତ ପିଲା ଟିକା ନେଇସାରିଛନ୍ତି । ଏହି ଡୋଜ୍‌ ନେବା ପାଇଁ ଉପଭୋକ୍ତାଙ୍କୁ ୬୦୦ ଟଙ୍କା ଦେବାକୁ ପଡ଼ିବ । ଏ ନେଇ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଘରୋଇ ହସ୍ପିଟାଲଗୁଡ଼ିକୁ ରିହାତି ଦରରେ ଏହି ଟିକା ଯୋଗାଇ ଦିଆଯିବ ବୋଲି ସେରମ ପକ୍ଷରୁ କୁହାଯାଇଛି ।

Breaking News