ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ପୁଣି ରାଜ୍ୟରେ କୋଭିଡ ଟିକାକରଣ ଆରମ୍ଭ ହେଉଛି । ମିଳିବ କୋଭିସିଲଡ୍ ଟିକା ଏଥିପାଇଁ କୋଭିସିଲଡ ଟିକା ୧ ଲକ୍ଷ ଡୋଜ ଆସିଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୁରୁଣା ଗାଇଡ଼ଲାଇନ ଅନୁସାରେ ଟିକାକରଣ ହେବ । ଯେଉଁମାନେ ଦ୍ୱିତୀୟ ବା ବୁଷ୍ଟର ଡୋଜ ନେଇନାହାନ୍ତି ସେମାନଙ୍କୁ ଟିକା ନେବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶା କରାଯାଉଥିବା ବେଳେ ଏବେ ଯେଉଁମାନେ ଦ୍ୱିତୀୟ ଓ ବୁଷ୍ଟର ନେଇ ନାହାନ୍ତି ସେମାନେ ନିଅନ୍ତୁ । ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ନେଇଛନ୍ତି ବୁଷ୍ଟର ଡୋଜ। ଯେଉଁମାନେ ୨ୟ ଡୋଜ କିମ୍ବା ବୁଷ୍ଟର ଡୋଜ ନେଇ ନାହାନ୍ତି ସେମାନେ ନେଇ ପାରିବେ । ସରକାରୀ ହସ୍ପିଟାଲ ଗୁଡିକରେ ଦିଆଯିବ ଟିକା । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ପଞ୍ଜିକରଣ କରି ଟିକା ନେଇ ପାରିବେ। ଭୁବନେଶ୍ବରରେ ପୂର୍ବ ପରି ଯେଉଁ ଯେଉଁ ସେଣ୍ଟର ଗୁଡିକ ମଧ୍ୟ ରହିଥିଲା ସେଠି ମଧ୍ୟ ଟିକା ଦିଆଯିବ ବୋଲି ସୂଚନା ମିଳିଛି |
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..