Report Card Odisha

| Daily Odia News

ବର୍ଷେ ପର୍ଯ୍ୟନ୍ତ ପ୍ରଭାବୀ ରହିବ କୋଭିଡ ଟିକା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କୋଭିଡ-୧୯ ସଂକ୍ରମଣରୁ ବର୍ତ୍ତିବ ପାଇଁ ରକ୍ଷା କବଚ ସାଜିଛି ଟୀକା | କିନ୍ତୁ ସମସ୍ତଙ୍କ ମାଙ୍କୁ ଅସୁସିଥିବା ଏହି ଟୀକା ନେଲେ କେତେ ଦିନ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ରହିପାରିବା | ଏହାର ପ୍ରଭାବ ଆମ ଶରୀରରେ କେତେ ଦିନ ପର୍ଯ୍ୟନ୍ତ କାମ କରିବ ଅନେକ ପ୍ରଶ୍ନ ଆସୁଛି | ଏ ସମ୍ପର୍କରେ ଏକ ଗବେଷଣାରୁ ଜଣାପଡିଛିକି କୋଭିଡ ଟିକା କୋଭିଡ-୧୯ ସଂକ୍ରମଣରୁ ଏକବର୍ଷ ଅଥବା ତାହାଠାରୁ କିଛି ଅଧିକ କାଳ ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିପାରିବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା.ସୌମ୍ୟା ସ୍ୱାମୀନାଥନ କହିଛନ୍ତି । ଏଥିସହିତ ସେ କହିଛନ୍ତି ଯେ ଆପଦରେ ଥିବା ଜନସାଧାରଣଙ୍କୁ ଟିକା ଦିଆଯିବା ଦ୍ୱାରା ସଂକ୍ରମଣ ଓ ମୃତ୍ୟୁ ମଧ୍ୟରେ ଦୂରତା ଯଥେଷ୍ଟ ବୃଦ୍ଧିପାଇଛି । ସେ କହିଛନ୍ତି ପଶ୍ଚିମ ୟୁରୋପରେ ଅନେକ ରାଷ୍ଟ୍ରରେ ସଂପ୍ରତି କୋଭିଡ-୧୯ ସଂକ୍ରମଣରେ ପୁନଃ ବୃଦ୍ଧି ଲକ୍ଷ୍ୟ କରାଯାଉଛି । ତାହାସହିତ କେତେକ ସ୍ଥାନରେ ରୋଗୀ ହାସପାତାଳର ଭର୍ତ୍ତି ହେବାର ଆବଶ୍ୟକତା ମଧ୍ୟ ବୃଦ୍ଧିପାଇଛି । କିନ୍ତୁ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉନାହିଁ । ଆପଦରେ ଥିବା ଜନ ସମୁଦାୟଙ୍କୁ ଟିକା ଦିଆଯାଇସାରିଥିବାରୁ ମୁତ୍ୟୁହାର କମ ରହିଥିବା ସେ କହିଛନ୍ତି । କୋଭିଡ ଟିକାର ପ୍ରଭାବୀ ଗୁଣ ସମ୍ପର୍କରେ ପ୍ରକାଶ କରି ସେ କହିଛନ୍ତି ଯେ ଏହା ଉକ୍ତ ବ୍ୟକ୍ତିଙ୍କୁ ଏକବର୍ଷ ଅଥବା ତାହାଠାରୁ ଅଧିକ କାଳ ପର୍ଯ୍ୟନ୍ତ କୋଭିଡ ପ୍ରତିରୋଧୀ କ୍ଷମତା ପ୍ରଦାନ କରିବ । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଏହି ଅବସରରେ ସେ ଗୁରୁତ୍ୱ ଦେଇ କହିଥିଲେ ଯେ ସମସ୍ତଙ୍କର ଟିକାକରଣ ନିତାନ୍ତ ଜରୁରୀ । ସ୍ୱାଭାବିକ ଭାବରେ ସଂକ୍ରମିତ ହେଉଥିବା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଥାଏ । ତେବେ ତାହା ଭିନ୍ନ ଭିନ୍ନ ହୋଇଥାଏ, କିଛି ଲୋକଙ୍କ ଠାରେ ମଜଭୁତ ରୋଗ ପ୍ରତିରୋଧ କ୍ଷମତା ଲକ୍ଷ୍ୟ କରାଯାଉଥିବା ଏବଂ ତାହା ଦୀର୍ଘସ୍ଥାୟୀ ହେଉଥିବାବେଳେ ଆଉ କେତେକଙ୍କ ଠାରେ ତାହା କମ୍‍ ରହୁଛି ବୋଲି ସ୍ୱାମୀନାଥନ କହିଥିଲେ ।

Breaking News