ରିପୋର୍ଟ କାର୍ଡ / ବଲାଙ୍ଗୀର
ପାରିବାରିକ ମାମଲାରେ କୋର୍ଟକୁ ଆସିଥିବା ସ୍ୱାମୀ,ସ୍ତ୍ରୀ ଏକାଠି ହେବା ବଦଳରେ ସ୍ଥିତି ବିଗିଡ଼ିଯାଇଛି। କୋର୍ଟରୁ ଯାଇ ମାମଲା ସିଧା ପହଞ୍ଚିଲା ଟାଉନ ଥାନାରେ। ଏଭଳି ଏକ ହାଇଡ୍ରାମା ଦେଖିବାକୁ ମିଲିଛି ବଲାଙ୍ଗିର ସିଭିଲକୋର୍ଟ ପରିସରରେ ଥିବା ଫ୍ୟାମିଲି କୋର୍ଟରେ। ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ। ଗତ ୨୦୧୫ ମସିହାରେ ରାଉରକେଲା ସେକ୍ଟର-୫ ର ଝୁନୁ ବେହେରା ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ମୁଣ୍ଡାପଲା ଗାଁର ବଶିଷ୍ଟ ଛତ୍ରୀଆଙ୍କୁ ପ୍ରେମ ବିବାହ କରିଥିଲେ। ଦୁହେଁ ଦୁହିଁ ଜଣଙ୍କୁ ଭଲ ପାଇବା ପରେ ବଶିଷ୍ଟ ଝୁନୁ ଫେରାର ମାରିଥିଲେ। ପରେ ରୀତିନୀତିରେ ଉଭୟ ବାହା ହୋଇଥିଲେ। ତାଙ୍କର ଏକ ପୁଅ ମଧ୍ୟ ରହିଛି। ସବୁ କିଛି ଠିକଠାକ ଚାଲିଥିବା ବେଲେ, ଗତ ୨୦୧୯ ମସିହାରେ ଉଭୟେ ଉଭୟଙ୍କୁ ସନ୍ଦେହ କରି, ଝଗଡା ହୋଇଥିଲେ। ଝଗଡା ଉଗ୍ରରୂପ ଧାରଣ କରିବାରୁ ପରସ୍ପର ଅଲଗା ରହୁଥିଲେ। ପୁଅକୁ ବଶିଷ୍ଟ ନିଜ ପାଖରେ ରଖିଛନ୍ତି। ଗତ ୬ ମାସ ତଲେ ଡିଭୋର୍ସ ପାଇଁ ବଶିଷ୍ଟ କୋର୍ଟରେ ଆବେଦନ କରିଥିଲେ। ସେହି ଦିନ ଠାରୁ କୋର୍ଟରେ ମାମଲା ଚାଲିଛି। ବଶିଷ୍ଟ କୋର୍ଟର ତାରିଖରେ ଆସୁନଥିବା ଅଭିଯୋଗ କରି, ତାକୁ କୋର୍ଟକୁ ଡକାଇ ପାନେ ଦେବା ପାଇଁ ଯୋଜନା କରିଥିଲେ ଝୁନୁ। ଗତ ୧୩ ତାରିଖରେ ଝୁନୁ, ସ୍ୱାମୀ ବଶିଷ୍ଟଙ୍କୁ କଲ କରି , ୧୫ ତାରିଖରେ ଫ୍ୟାମିଲି କୋର୍ଟକୁ ଆସିବାକୁ କହିଥିଲେ। ସେଠାରେ ଆପୋଷ ବୁଝାମଣା ହେବାକୁ ଦୁହେଁ ରାଜି ହୋଇଥିଲେ। ଆଜି ଦୁହେଁ କୋର୍ଟକୁ ଆସିବା ପରେ ଟଙ୍କା ନେଣଦେଣକୁ ନେଇ, ଉଭୟଙ୍କ ଭିତରେ କଥା କଟାକଟି ହୋଇଥିଲା। ତାପରେ ଦୁହେଁ ଦୁହିଁଙ୍କୁ ପିଟାପିଟି କରିବା ଆରମ୍ଭ କରିଦେଇଥିଲେ। ଏପରିକି କୋର୍ଟ ପରିସରରେ ରକ୍ତର ଛିଟା ପଡିଥିଲା। ସ୍ଥାନୀୟ ପୋଲିସ ଆସି ଉଭୟଙ୍କୁ କାବୁ କରିଥିଲେ। ଉଭୟ ପକ୍ଷରୁ ମାରପିଟକୁ ନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଟାଉନ ପୋଲିସ ଉଭୟ ପଟରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେପଟେ ପରସ୍ପର ପରସ୍ପରଙ୍କ ଉପରେ ଦୋଷାରୋପ କରୁଛନ୍ତି। ଫିଲ୍ମ ଷ୍ଟାଇଲରେ ପ୍ରେମ ବିବାହ କରିଥିବା ଦୁଇ ପ୍ରେମୀ ଯୁଗଳଙ୍କ, ଏଭଳି କ୍ଲାଇମେକ୍ସ ଚର୍ଚ୍ଚାର ବିଷୟ ହୋଇଛି।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..