Report Card Odisha

| Daily Odia News

୩ରୁ ୪ ସପ୍ତାହ ମଧ୍ୟରେ ବଢ଼ିବ କରୋନା ସଂକ୍ରମଣ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି | କହିଛନ୍ତି କି ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଲେ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥାଏ। କରୋନାର ତିନୋଟି ଲହରରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଆଗକୁ ବିପଦ ରହିଛି। ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସେ କହିଛନ୍ତି କି ରାଜ୍ୟ ସରକାର କୋଭିଡର ମୁକାବିଲା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ରହିଛି। ଆମ ପାଖରେ ଔଷଧ ଓ ଅକ୍ସିଜେନ ମଧ୍ୟ ମହଜୁଦ୍‌ ରହିଛି। ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରସ୍ତୁତ ରହିଛନ୍ତି। ସେ ଆହୁରି କହିଛନ୍ତି, ସ୍ଥିତି ଉପରେ ନଜର କରଖାଯାଇଛି। ସବୁ ଜିଲ୍ଲାକୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଜିଲ୍ଲା ଗୁଡିକରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି। ଆମେ ଭଲ ସ୍ଥିତିରେ ଅଛୁ। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସଂକ୍ରମଣ ବଢିଲେ ହସ୍ପିଟାଲ ତୁରନ୍ତ ଖୋଲାଯିବ। ଟିକାକରଣ ବଢ଼ାଯାଉଛି। ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ। ଭିଡ଼ ସ୍ଥାନରେ ମାସ୍କ ପିନ୍ଧନ୍ତୁ। ସାମାଜିକ ଦୂରତା ଅବଲମ୍ବନ କରନ୍ତୁ। ଦରକାର ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ। ସୂଚନାଯୋଗ୍ୟ, ଦେଶରେ ପୁଣି ଦୈନିକ ସଂକ୍ରମଣ ୩ ହଜାର ଟପିଛି। ଗତ୨୪ ଘଣ୍ଟା ମଧ୍ୟରେ ୩୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦିଲ୍ଲୀରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଉଛି।

 

Breaking News