Report Card Odisha

| Daily Odia News

ଆଜି ଠାରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସଂକ୍ରମଣ ଧୀରେ ଧୀେରେ ହ୍ରାସ ପାଉଥିବାରୁ ଏଭଳି ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର | ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ କାରଖାନା ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି । କଟକଣା କୋହଳ ହୋଇଥିଲେ ହେଁ ଏହି ସପ୍ତାହରେ ଦିଲ୍ଲୀରେ ମେଟ୍ରୋ ବନ୍ଦ ରହିବ। କର୍ଫ୍ୟୁ ପୂର୍ବ ପରି ଜୁନ୍ ୭ ସକାଳ ୫ ଟା ପର୍ଯ୍ୟନ୍ତ ଜାରି ରହିବ। କାରଖାନା ଏବଂ ନିର୍ମାଣ କାର୍ଯ୍ୟ ସହିତ ଜଡିତ ଲୋକଙ୍କ ପାଖରେ ଇ-ପାସ୍ ରହିବା ଜରୁରୀ । କର୍ମଚାରୀ ଏବଂ ଶ୍ରମିକମାନଙ୍କ ପାଇଁ ନିଯୁକ୍ତିଦାତା, କଣ୍ଟ୍ରାକ୍ଟର ଓ ମାଲିକମାନଙ୍କୁ ଇ-ପାସ୍ ପାଇଁ ଆବେଦନ କରିବାକୁ ପଡିବ । ଅନୁମତି ଥିଲେ ହେଁ ସର୍ତ୍ତ ଅନୁସାରେ ଖୋଲିବ କଳ କାରଖାନା । ଉତ୍ପାଦନ ୟୁନିଟ୍ ଏବଂ ଅନୁମୋଦିତ ଶିଳ୍ପ କ୍ଷେତ୍ରରେ ଏକାଠି ହୋଇପାରିବେ ନାହିଁ ଅଧିକ କର୍ମଚାରୀ । ଭିନ୍ନ ଭିନ୍ନ ସମୟରେ ଆସି କର୍ମଚାରୀ କାମ କରିବେ ଯଦ୍ୱାରା ସାମାଜିକ ଦୂରତ୍ୱ ନିୟମର ଉଲ୍ଲଂଘନ ହେବ ନାହିଁ । ଏହା ସହିତ ସାଇଟରେ ଥର୍ମାଲ ସ୍କ୍ରିନିଂଓ ସାନିଟାଇଜର ବ୍ୟବସ୍ଥା କରାଯିବା ବାଧ୍ୟତାମୂଳକ । କଳ କାରଖାନା ତଥା ନିର୍ମାଣ ସ୍ଥାନରେ ସମସ୍ତ ନିୟମ ସଠିକ୍ ଭାବରେ ପାଳନ କରାଯାଇଛି ନା ନାହିଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ପୋଲିସ୍ ଟିମ୍ ତାହା ତଦାରଖ କରିବେ । ନିୟମ ଉଲ୍ଲଂଘନ ହେଲେ ଉତ୍ପାଦନ ୟୁନିଟ୍ କିମ୍ବା ନିର୍ମାଣ ସ୍ଥାନ ତୁରନ୍ତ ବନ୍ଦ କରିଦିଆଯିବ ଏବଂ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲକଡାଉନ୍ ଖୋଲିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ନିର୍ମାଣ କାର୍ଯ୍ୟ ଏବଂ ଶିଳ୍ପ ଖୋଲିପାରିବ ବୋଲି ଗତ ଶୁକ୍ରବାର ଦିନ ଘୋଷଣା କରାଯାଇଛି । କାରଣ ସବୁଠାରୁ ଗରିବ ଲୋକେ ଏଠାରେ କାମ କରନ୍ତି । ଲକଡାଉନ ସମୟରେ ଗରିବ ଲୋକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଆଗାମୀ ସପ୍ତାହରେ କରୋନା ସଂକ୍ରମଣ ମାମଲା ଆଉ କମ୍ ହେଲେ ଧୀରେ ଧୀରେ କଟକଣାକୁ ଆହୁରି କୋହଳ କରାଯିବ ।

 

Breaking News