ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାକୁ ଏପର୍ଯ୍ୟନ୍ତ ୯୬ଟି ଦେଶ ମଞ୍ଜୁରୀ ପ୍ରଦାନ କରିସାରିଲେଣି। ଆମେରିକା, କାନାଡା, ଅଷ୍ଟ୍ରେଲିଆ, ସ୍ପେନ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ରୁଷିଆ ଓ ସ୍ୱିଜରଲ୍ୟାଣ୍ଡ୍ ସମେତ ୯୬ଟି ଦେଶ ଭାରତରେ ପ୍ରସ୍ତୁତ ଏହି ୨ ଟିକାକୁ ସବୁଜ ସଙ୍କେତ ଦେଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କୋଭିସିଲ୍ଡ ଓ କୋଭାକ୍ସିନ୍କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ଏପର୍ଯ୍ୟନ୍ତ ୮ଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ଦେଇଥିବା ବେଳେ ଏଥିରେ ଭାରତର ଏହି ୨ଟି ଟିକା ସାମିଲ ଅଛି।ଏଯାବତ୍ ଭାରତରେ ୧୦୯ କୋଟି ଲୋକଙ୍କ ଟିକାକରଣ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନନ୍ତ୍ରୀ କହିଛନ୍ତି। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଟିକା ନେଇ ନାହାନ୍ତି ସେମାନଙ୍କୁ ଘର ଘର ବୁଲି ଚିହ୍ନଟ କରାଯାଇ ଟିକା ପ୍ରଦାନ କରାଯାଉଛି।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….