ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକୃଷ୍ଣନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ୪ସେଟ୍ ନାମାଙ୍କନ ଦାଖଲ କରିଛନ୍ତି । ସି.ପି ରାଧାକୃଷ୍ଣନଙ୍କ ପାଇଁ ପ୍ରଥମ ପ୍ରସ୍ତାବକ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜନାଥ ସିଂହ ଓ ଜେପି ନଡ୍ଡା ମଧ୍ୟ ପ୍ରସ୍ତାବକ ରହିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର ୯ତାରିଖରେ ଅନୁଷ୍ଠିତ ହେବ। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତାଫା ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଧନଖଡ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହଠାତ୍ ଜୁଲାଇ ୨୧ତାରିଖରେ ଇସ୍ତଫା ଦେଇଥିଲେ । ସେପଟେ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ଆଜି ସାଂସଦଙ୍କୁ ଭେଟି ସମର୍ଥନ ଲୋଡିବେ।






More Stories
ହାଇଦ୍ରାବାଦ ଯାଉଥିବା ବ୍ରିଟିଶ ଏୟାରୱେଜ୍ ବିମାନକୁ ବୋମା ଧମକ…..
ସମ୍ବିଧାନ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଉଛି ବିଜେପି……
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..