ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକୃଷ୍ଣନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ୪ସେଟ୍ ନାମାଙ୍କନ ଦାଖଲ କରିଛନ୍ତି । ସି.ପି ରାଧାକୃଷ୍ଣନଙ୍କ ପାଇଁ ପ୍ରଥମ ପ୍ରସ୍ତାବକ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜନାଥ ସିଂହ ଓ ଜେପି ନଡ୍ଡା ମଧ୍ୟ ପ୍ରସ୍ତାବକ ରହିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର ୯ତାରିଖରେ ଅନୁଷ୍ଠିତ ହେବ। ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତାଫା ପରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଧନଖଡ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହଠାତ୍ ଜୁଲାଇ ୨୧ତାରିଖରେ ଇସ୍ତଫା ଦେଇଥିଲେ । ସେପଟେ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ଆଜି ସାଂସଦଙ୍କୁ ଭେଟି ସମର୍ଥନ ଲୋଡିବେ।






More Stories
ପୁଣି ବଢିଲା ସିଲିଣ୍ଡର ଦାମ୍ !….
କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……