ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଇବର ଲୁଟେରାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି | ଠକଙ୍କର ଲୁଟେରା ନୂଆ ନୂଆ ତରିକାରେ ଲୁଟ କରୁଛନ୍ତି | ଜଣେ ୭୪ ବର୍ଷୀୟ ବ୍ୟକ୍ତିଙ୍କୁ ମାଗଣା ଖାଇବା ଲୋଭ ଭାରୀପଡିଛି | ସାଇବର ଠକ ଆକାଉଣ୍ଟରେ କଳାକନା ବୁଲାଇ ଦେଇଛନ୍ତି । ଫେସବୁକ୍ ଆଡରେ ମାଗଣା ଖାଇବାର ଆଡ ଦେଖି ଲାଳସାରେ ପଡି ଯାଇଥିଲେ ଆଉ ଆକାଉଣ୍ଟରୁ କଟି ଯାଇଥିଲା ଏକ ଲକ୍ଷ ଟଙ୍କା । ଏହି ବ୍ୟକ୍ତିଙ୍କ ନାମ ହେଉଛି ଏନ ଡି ଆନନ୍ଦ । ଫେସବୁକ୍ ଆଡରେ ୧୦୦ ଟଙ୍କାରେ ଦୁଇଟି ଥାଳି ମିଲ୍ ମିଳୁଥିବା ନେଇ ଆଡ ଦେଖିଥିଲେ ଆନନ୍ଦ । ଆନନ୍ଦ ୧୯ ତାରିଖରେ ଏହି ଆଡ ଦେଖିବା ସହିତ ଏହାର ଲାଭ ଉଠାଇବାକୁ ଚାହିଁଥିଲେ । ୧୯ ତାରିଖରେ ଏହି ଆଡ ଦେଖିବା ପରେ ଏହାର ଫାଇଦା ଉଠାଇବାକୁ ଯାଇଥିଲେ ଆନନ୍ଦ । ତେବେ ଏହାର ବିପରୀତ ଫଳ କିନ୍ତୁ ତାଙ୍କୁ ମିଳିଥିଲା । ଦୁଇଟି ଥାଳିର ମୂଲ୍ୟ ମାତ୍ର ୧୦୦ ଟଙ୍କା ରହିଥିଲା । ପ୍ରଥମେ ୧୦ ଟଙ୍କାର ପେମେଣ୍ଟ କରିବାକୁ ପଡିଥିଲା ଏବଂ ପରବର୍ତ୍ତୀ ୯୦ ଟଙ୍କା ଡେଲିଭରୀ ସମୟରେ ଦେଇଥାନ୍ତେ । ତେବେ ୧୦ ଟଙ୍କା ପେମେଣ୍ଟ କରିବାର ତୁରନ୍ତ ପରେ ୪୯ ହଜାର ୭୨୦ ଟଙ୍କା ଦୁଇଥର କଟି ଯାଇଥିଲା । ଅଭିଯୋଗକାରୀଙ୍କ କହିବା ଅନୁସାରେ ଦୀପକ ନାମକ ଜନୈକ ବ୍ୟକ୍ତି କଲଟି ଉଠାଇଥିଲେ । କଲ ସମୟରେ ସେ ୧୦ ଟଙ୍କାର ପେମେଣ୍ଟ କରିଥିଲେ । ଏହାପରେ ଅର୍ଡର ସମ୍ପୂର୍ଣ୍ଣ କରିବା ପାଇଁ ଓଟିପି ଶେୟାର କରିବା ପରେ ତାଙ୍କ ଆକାଉଣ୍ଟରୁ ପଇସା କଟି ଯାଇଥିଲା ।ଏହି ଘଟଣାକୁ ନେଇ ଆନନ୍ଦ ସାଇବର କ୍ରାଇମ ବିଭାଗ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….