ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଇପିଏଲ୍ ପାଇଁ ଖେଳାଳି ନିଲାମ ଆରମ୍ଭ ହୋଇଛି। ୧୨ କୋଟି ୨୫ ଲକ୍ଷରେ ଶ୍ରେୟସ ଆୟରଙ୍କୁ କଲକାତା ନେଇଥିବା ବେଳେ ଶିଖର ଧାୱନଙ୍କୁ ୮.୨୫ କୋଟିରେ ନେଲା କିଙ୍ଗସ ଇଲେଭେନ୍ ପଞ୍ଜାବ ନେଇଛି। ଅଶ୍ୱିନଙ୍କୁ ୫ କୋଟିରେ ନେଲା ରାଜସ୍ଥାନ ରୟାଲ୍ସ। ସେହିପରି ପ୍ୟାଟ୍ କମିନ୍ସଙ୍କୁ ୭ କୋଟି ୨୫ ଲକ୍ଷରେ କଲକାତା ନେଇଥିବା ବେଳେ କାଗିସୋ ରବାଦାଙ୍କୁ ୯ କୋଟି ୨୫ ଲକ୍ଷରେ ନେଲା ପଞ୍ଜାବ। ୮ କୋଟି ଟଙ୍କାରେ ଟ୍ରେଣ୍ଟ ବୋଲ୍ଟଙ୍କୁ ରାଜସ୍ଥାନ ନେଇଛି। ମହମ୍ମଦ ସାମିଙ୍କୁ ୬ କୋଟି ୨୫ ଲକ୍ଷରେ ନେଲା ଗୁଜରାଟ ଟାଇଟନ୍ସ । ଫାଫ୍ ଡୁ ପ୍ଲେସିସଙ୍କୁ ୭ କୋଟିରେ ବାଙ୍ଗାଲୋର ନେଇଥିବା ବେଳେ ଡି କକ୍ ଙ୍କୁ ୬ କୋଟି ୭୫ ଲକ୍ଷରେ ଲଖନଉ ନେଇଛି। ସେହିପରି ୱାର୍ଣ୍ଣରଙ୍କୁ ୬ କୋଟି ୨୫ ଲକ୍ଷରେ ଦିଲ୍ଲୀ ନେଇଛି। ଆଇପିଏଲ ନିଲାମକାରୀ ହ୍ୟୁଜ୍ ଏଡମିଡ୍ସ ହଠାତ୍ ଅଚେତ୍ ହୋଇ ତଳେ ପଡ଼ିଯାଇଥିଲେ। ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି। ଆଇପିଏଲ୍ ନିଲାମ ଇତିହାସରେ ପ୍ରଥମଥର ଏଭଳି ଅଘଟଣ ଘଟିଛି। ତେବେ ଏ ନେଇ ଆଇପିଏଲ୍ କିମ୍ବା ବିସିସିଆଇ ପକ୍ଷରୁ ଅଫିସିଆଲ୍ ଘୋଷଣା କରାଯାଇନାହିଁ । ଶ୍ରୀଲଙ୍କାର ସ୍ପିନ୍ ଅଲରାଉଣ୍ଡର୍ ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲ।। ହସରଙ୍ଗାଙ୍କ ପାଇଁ ୧୦ କୋଟିରୁ ଅଧିକ ଟଙ୍କାର ଡାକ ଚାଲିଥିବା ବେଳେ ହଠାତ୍ ନିଲାମକାରୀ ହ୍ୟୁଜ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତେବେ ସେ କେଉଁ କାରଣରୁ ଏମିତି ତଳେ ପଡ଼ିଗଲେ, ତାହା ଜଣାପଡ଼ିନାହିଁ। ବିସିସିଆଇ ମେଡିକାଲ୍ ଟିମ୍ ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
More Stories
‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ….
ଲୁସାନେ ଡାଇମଣ୍ଡ ଲିଗ୍ ଦ୍ୱିତୀୟରେ ନୀରଜ ଚୋପ୍ରା……
ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ…..