ରିପୋର୍ଟ କାର୍ଡ / ଗୋପ
ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ | ଅଭିଯୁକ୍ତ ହେଲେ ଦେବରାଜ ସାହୁ । ସୂଚନା ଅନୁଯାୟୀ, ଦେବରାଜ ସାହୁ ତାଙ୍କ ସ୍ତ୍ରୀ କଳ୍ପନା ସାହୁଙ୍କର ଜଣେ ଯୁବକଙ୍କ ସହ ସଂପର୍କକୁ ନେଇ ଅତିଷ୍ଠ ହୋଇଥିଲେ। ଗତକାଲ ରାତିରେ ଉକ୍ତ ଯୁବକ ସହ କଳ୍ପନାଙ୍କୁ ଅସଂଯତ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇଥିଲେ। ତାପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଦେବରାଜ ହେବଦସ୍ତାରେ ସ୍ତ୍ରୀ କଳ୍ପନାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଏହାଫଳରେ ଘଟଣାସ୍ଥଳରେ ହିଁ କଳ୍ପନାଙ୍କର ମୃତ୍ୟୁ ହୋଇଥିଲା | ସକାଳେ ଏକଥା ଜାଣି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତ ଦେବରାଜ ସାହୁଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..