Report Card Odisha

| Daily Odia News

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚର ତନାଘନା….

ରିପୋର୍ଟ କାର୍ଡ / ଯାଜପୁର

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି। ଧର୍ମଶାଳା ବିଧାୟକଙ୍କୁ କାହିଁକି ଆକ୍ରମଣ କରାଗଲା, କେଉଁ ପରିସ୍ଥିତିରେ ରାସ୍ତାରୋକ ସହ ଟାଉନ ଥାନା ଘେରାଉ କରାଯାଇଥିଲା, ଆଜି ଯାଜପୁରରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି। ରବିବାର ରାତିରୁ ୬ ଜଣିଆ ଟିମ୍ ଗଠନ କରାଯାଇଛି। ତଦନ୍ତକାରୀ ଟିମ୍ ଯାଜପୁର ଟାଉନ୍ ଥାନା ଆଇଆଇସି ଙ୍କୁ ଭେଟି ମାମଲାର ଆଲୋଚନା ମଧ୍ୟ କରିଛନ୍ତି । ଆଜି ଏହି ଟିମ୍ ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ସହ ରାସ୍ତାରୋକ ଏବଂ ଟାଉନ୍ ଥାନା ଘେରାଉ ସ୍ଥାନକୁ ଯାଇ ତଦନ୍ତ କରୁଛି। ତେବେ ତଦନ୍ତକାରୀ ଟିମ୍ ରେ କ୍ରାଇମବ୍ରାଞ୍ଚର ଦୁଇ ଜଣ ଡିଏସପି, ଜଣେ ଇନ୍ସପେକ୍ଟର ସାମିଲ ରହିଛନ୍ତି। କ୍ରାଇମବ୍ରାଞ୍ଚରଏହି ଟିମ ୩ଟି ଏତଲା ଉପରେ ତଦନ୍ତ କରିବ । ଏହି ଘଟଣାରେ ୧୬ଟି ମାମଲା ରୁଜ୍ଜୁ ହୋଇଛି। ଏହି ମାମଲାକୁ ନେଇ ବିଜେଡି-ବିଜେପି ପରସ୍ପର ଆରୋପ-ପ୍ରତ୍ୟାରୋପ ଜାରି ରଖିଥିବାବେଳେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ।

Breaking News