ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ବର ଭୀମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ଘଟିଥିବା ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି | ହୋଇଥିବା ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ହତ୍ୟା ଘଟଣା ଉପରେ ଧୀରେ ଧୀରେ ପରଦା ଉଠୁଛି । ତାଙ୍କ ପୂର୍ବତନ ପ୍ରେମିକ ତଥା ଆହତ ହୋଇଥିବା ଜଗନ୍ନାଥ ପ୍ରଧାନ ହିଁ ପ୍ରିୟଙ୍କାଙ୍କ ହତ୍ୟା କରିଛନ୍ତି । ପ୍ରେମରେ ବିଫଳ ହେବାରୁ ସେ ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି । ମିଳିଥିବା ସୂଚନାନୁସାରେ, ଗତକାଲି ହାଉସିଂବୋର୍ଡ କଲୋନୀରେ ରହୁଥିବା ଯାଜପୁର କୁଆଖାଇର ରାକେଶ କୁମାର ସାହୁଙ୍କ ପତ୍ନୀ ପ୍ରିୟଙ୍କା ପ୍ରିୟଦର୍ଶନୀଙ୍କ ମୃତଦେହ ମିଳିଥିଲା । ମୃତଦେହ ପାଖରେ ଜଣେ ଅଜଣା ଯୁବକ ରକ୍ତାକ୍ତ ଅବସ୍ଥାରେ ପଡିରହି ଛଟପଟ ହେଉଥିବା ଜଣାପଡିଥିଲା । ପୋଲିସ ଖବର ପାଇ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଉକ୍ତ ଯୁବକକୁ ଚିକିତ୍ସା ପାଇଁ ପଠାଯାଇଥିଲା । ତେବେ ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ଜାଣିବାକୁ ପାଇଥିଲା ଯେ ଯୁବକ ଜଣକ ହେଇଛନ୍ତି ଜଗନ୍ନାଥ ପ୍ରଧାନ ଯିଏକି ପ୍ରିୟଙ୍କାଙ୍କର ପୂର୍ବତନ ପ୍ରେମିକ । ଉକ୍ତ ଘରୁ ପୋଲିସ ଏକ ସୁଇସାଇଡ ନୋଟ ପାଇଥିଲା ଯେଉଁଥିଲେ ଲେଖାଥିଲା ଯେ, ତତେ ମାରିବି ଓ ନିଜେ ମରିବି । ସେଥିରୁ ସ୍ପଷ୍ଟ ହୋଇଥିଲା ଯେ ଜଗନ୍ନାଥ ହିଁ ପ୍ରିୟଙ୍କାଙ୍କ ହତ୍ୟା କରିଛନ୍ତି । ତେବେ ଘଟଣାସ୍ଥଳରୁ ସିନ୍ଦୂର ଫରୁଆ, ଶଙ୍ଖା, ବିଷ ବୋତଲ ଓ ସୁଇସାଇଡ ନୋଟ ଜବତ କରିଛି ପୋଲିସ । ତେବେ ସନ୍ଦେହ କରାଯାଉଛି ଯେ, ପ୍ରିୟଙ୍କା ଓ ଜଗନ୍ନାଥଙ୍କ ପୁରୁଣା ସମ୍ପର୍କକୁ ନେଇ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତଙ୍କ ମାଙ୍କ କହିବାନୁସାରେ, ପ୍ରିୟଙ୍କା ଓ ଜଗନ୍ନାଥଙ୍କ ମଧ୍ୟରେ କଲେଜ ସମୟରେ ପ୍ରେମ ସମ୍ପର୍କ ରହିଥିଲା । ପରେ ପ୍ରିୟଙ୍କାଙ୍କର ବିବାହ ଯାଜପୁରର ରାକେଶ ସାହୁଙ୍କ ସହ ହୋଇଯାଇଥିଲା ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବାଲିଯାତ୍ରାରେ ଫୁଡ୍ ଷ୍ଟଲ୍ରେ ଚଢାଉ…..
ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା….