ରିପୋର୍ଟ କାର୍ଡ / ଅନୁଗୁଳ
ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ ହେଉଛି । ୩ ଦିନ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ | କୁମ୍ଭୀର ଗଣନାରେ ୧୪ଟି ଟିମ୍ର ମୋଟ୍ ୭୦ କର୍ମଚାରୀ ନିୟୋଜିତ ରହିଛନ୍ତି। ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କୁ ସାତକୋଶିଆ ଆସିବାକୁ ବାରଣ କରାଯାଇଛି। ଏପରିକି ମହାନଦୀରେ ବୋଟିଂ କିମ୍ବା ମାଛ ଧରିବାକୁ ବି ପ୍ରଶାସନ ବାରଣ କରିଛି। ପ୍ରତିବର୍ଷ ଶୀତଋତୁରେ କୁମ୍ଭୀର ଗଣନା କାର୍ଯ୍ୟ କରାଯାଇଥାଏ। ଶୀତ ଦିନେ ଅତ୍ୟଧିକ ଥଣ୍ଡା ଯୋଗୁଁ କୁମ୍ଭୀର ମାନେ ପାଣି ଭିତରୁ ବାହାରି ନଦୀପଠାରେ ଶୋଇ ରହିଥାନ୍ତି। ଫଳରେ ବନ ବିଭାଗକୁ ଗଣନା କାର୍ଯ୍ୟ କରିବାରେ ସହଜ ହୋଇଥାଏ। ୧୭ ଏବଂ ୧୮ ତାରିଖରେ ପକ୍ଷୀ ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।






More Stories
ଡିଇଏଲ୍ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍ଡେଟ୍…..
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଡିଜିପିଙ୍କ ସମୀକ୍ଷା….
୧୩ରେ ରାଜ୍ୟ କ୍ୟାବିନେଟ୍…..