ରିପୋର୍ଟ କାର୍ଡ / ବରଗଡ଼
ଜଣେ କର୍ତ୍ତବ୍ୟରତ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଛନ୍ତି। ମୃତ ସିଆରପିଏଫ୍ ଯବାନଙ୍କ ନାଁ ପ୍ରସନ୍ନଜିତ ପାଲ । ତାଙ୍କ ଘର ପଶ୍ଚିମବଙ୍ଗରେ। ସେ ସି/୧୮୯ ବାଟାଲିୟନର ଯବାନ ବୋଲି ଜଣାଯାଇଛି। ପ୍ରସନ୍ନଜିତ ଝାରବନ୍ଧ ବ୍ଲକ୍ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ଗତକାଲି ରାତି ୧୦ଟାରୁ ତାଙ୍କ ଡ୍ୟୁଟି ସୁରକ୍ଷା ଟାୱାର ଉପରେ ରହିଥିଲା। ରାତି ପ୍ରାୟ ୧୨ଟାରେ ସେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାଯାଇଛି। ଏହାପରେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ବୁର୍ଲା ଭିମସାରରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ତେବେ ସେ ଛୁଟିରେ ଘରକୁ ଯାଇ ଦୁଇ ଦିନ ତଳେ କାର୍ଯ୍ୟରେ ପୁଣି ଯୋଗ ଦେଇଥିଲେ। ଏଣୁ ପାରିବାରିକ ସମସ୍ୟା ହେତୁ ପ୍ରସନ୍ନଜିତ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏ ଘଟଣା ସଂପର୍କରେ ସରକାରୀ ଭାବେ କିଛି ସୂଚନା ଦିଆଯାଇନାହିଁ। ତେବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।






More Stories
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ବଜେଟ ଅଧିବେଶନର ଦ୍ୱିତୀୟ ଦିନ: ଉଠିବ ଚାଷୀ ପ୍ରସଙ୍ଗ…..