Report Card Odisha

| Daily Odia News

ହୀରାକୁଦରେ ଆରମ୍ଭ ହେବ କ୍ରୁଜ୍ ବୋଟିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ହୀରାକୁଦକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କ୍ରୁଜ୍ ବୋଟିଂ ସେବା ଆରମ୍ଭ ହେବ | ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି କ୍ରୁଜ୍ ବୋଟିଂ ସେବା । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଆସନ୍ତା ଦୁଇଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଦାୟିତ୍ୱ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି । ତେବେ ଏହି କ୍ରୁଜରେ ଏକାସାଙ୍ଗରେ ୪୦ ଜଣ ଯାତ୍ରୀ ବସିବାର ବ୍ୟବସ୍ଥା ରହିଛି । ଏହାଛଡ଼ା କ୍ରୁଜ ଭିତରେ ଚା’, ଜଳଖିଆ, ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି କ୍ରୁଜ୍ ବୋଟିଂ ବ୍ୟବସ୍ଥା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ନଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ପ୍ରଥମ ଥର ପାଇଁ ଏହା ଆରମ୍ଭ ହେବାକୁ ଯାଉଛି । ତେବେ କ୍ରଜରେ ବୁଲିବାକୁ ହେଲେ ଜଣେ ପର୍ଯ୍ୟଟକଙ୍କୁ ୪ ଶହ ଟଙ୍କା ସହ ଚା’, ଜଳଖିଆ ପାଇଁ ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିବ ।

Breaking News