ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିମାପଡ଼ାରୁ ବିଜେଡି ଟିକେଟ ଘୋଷଣା ପରେ ସିଟିଂ ବିଧାୟକ ସମୀର ରଞ୍ଜନ ଦାଶଙ୍କ ସମର୍ଥକ ନିରାଶ ହୋଇଛନ୍ତି । ଦଳ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାରୁ ସମୀରଙ୍କ ସମର୍ଥକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ନେଇ ମନ ଊଣା କରିଛନ୍ତି ସମୀର ଦାଶ। ଆଜି ନିଜ ସମର୍ଥକଙ୍କ ଦ୍ୱାରା ଆୟୋଜିତ ଏହି ବୈଠକକୁ ସମ୍ବୋଧିତ କଲା ବେଳେ ସେ ଭାବବିହ୍ୱଳ ହୋଇଯାଇଥିଲେ। ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା ଆସନ୍ତା ଶନିବାର ନିଜ ସମର୍ଥକଙ୍କ ସହିତ ସମୀର ରଞ୍ଜନ ଦାଶ ଦଳ ନିକଟରେ ଟିକେଟ ପରିବର୍ତ୍ତନ ପାଇଁ ନିବେଦନ କରିବେ। ତାଙ୍କ ସମର୍ଥକଙ୍କ ଦ୍ୱାରା ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପଟେ ବିଜେଡି ବିଧାୟକ ସମୀର ରଞ୍ଜନ ଦାଶ ବିଜେଡ଼ି ଛାଡି କଂଗ୍ରେସରେ ଯୋଗଦେବା ନେଇ ଆଲୋଚନା ହେଉଛି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……