ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ୯୭. ୭୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି। ଏହା ମଧ୍ୟରେ ବହୁ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାଯାଇଛି। ବିଟି କଏନ ପଞ୍ଜି ସ୍କାମରେ ଜଡ଼ିତ ଥିବା ରାଜଙ୍କ ବିରୋଧରେ ଏପରି ଆକ୍ସନ ନେଇଛି ଇଡି। ଜବତ ସମ୍ପତ୍ତି ମଧ୍ୟରେ ଜୁହୁସ୍ଥିତ ଏକ ଫ୍ଲାଟ, ପୁଣେରେ ଥିବା ଏକ ବଙ୍ଗଳା ଓ ରାଜଙ୍କ ନାମରେ ଥିବା ଇକ୍ୟୁଟି ଶେଆର ରହିଛି। ଜୁହୁସ୍ଥିତ ଫ୍ଲାଟ ରାଜଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପାଙ୍କ ନାଁରେ ଥିବା ଜଣାଯାଇଛି। ପ୍ରଥମେ Variable Tech Private Limited ନାମକ ସଂସ୍ଥା ନାଁରେ ମହାରାଷ୍ଟ୍ର ପୋଲିସ ଓ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ପରେ ଏହି ମାମଲାର ତଦନ୍ତ ଭାର ଇଡି ହାତକୁ ଚାଲି ଯାଇଥିଲା। ଏହି ମାମଲାରେ ପ୍ରଥମେ ସ୍ୱର୍ଗତ ଅମିତ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜ ପ୍ରମୁଖ ଅଭିଯୁକ୍ତ ଥିଲେ।
More Stories
ଏଲ୍ଓସିରେ ଆଇଇଡି ବିସ୍ଫୋରଣ, ୨ ଯବାନ ସହିଦ……
ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ…..
ପରଲୋକରେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ…..