Report Card Odisha

| Daily Odia News

ନିଷ୍କ୍ରିୟ ବେଳେ ଫୁଟିଲା ବୋମା,ପୋଲିସ କର୍ମଚାରୀ ମୃତ……

ରିପୋର୍ଟ କାର୍ଡ / କଟକ

କଟକରେ କମିଶନରେଟ ପୋଲିସ ଜବତ ବୋମା ନିଷ୍କ୍ରିୟ ବେଳେ ଫୁଟି ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି | ମୃତ ହାବିଲଦାରଙ୍କ ନାଁ ପ୍ରଦୀପ ମଲ୍ଲିକ। ତାଙ୍କ ଘର କଟକର ପୀର ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ବୋମା ନିଷ୍କ୍ରିୟକାରୀ ୩ ଜଣିଆ ଟିମ୍‌ରେ ସାମିଲ ହୋଇଥିଲେ ଓ ଏହାର ନେତୃତ୍ୱ ନେଉଥିଲେ।କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଏହି ଜବତ ବୋମା ରଖାଯାଇଥିଲା। ଜବତ ବୋମାଗୁଡ଼ିକୁ ନିଷ୍କ୍ରିୟ କରିବାକୁ ଗୋପାଳପୁର ନିକଟ ନଦୀପଠାରୁ ଅଣାଯାଇଥିଲା। ସେଠାରେ ନିଷ୍କ୍ରିୟ ପ୍ରକ୍ରିୟା ଚାଲିଥିବା ବେଳେ ବୋମା ଫୁଟି ଯାଇଥିଲା ଓ ହାବିଲଦାର ପ୍ରଦୀପ ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି। ବୋମାଗୁଡ଼ିକରେ ନିଆଁ ଲଗାଯାଇଥିଲା ବୋଲି ସୂଚନା ମିଳିଛି।

Breaking News