Report Card Odisha

| Daily Odia News

ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା ଅବଧି…..

ରିପୋର୍ଟ କାର୍ଡ / କଟକ

ଐତିହାସିକ କଟକ ବାଲିଯାତ୍ରା ଅବଧି ଆଉ ଗୋଟାଏ ଦିନ ବଢ଼ାଇ ଦିଆଯାଇଛି | ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ୧୬ ତାରିଖରେ ଶେଷ ହେବାର ଥିଲା | କିନ୍ତୁ ଆଉ ଗୋଟେ ଦିନ ବାଲିଯାତ୍ରା ବୃଦ୍ଧି କରାଯାଇଛି | ଯାହାକି ବୁଧବାର ପରିବର୍ତ୍ତେ ଗୁରୁବାର ଶେଷହେବ | ଏନେଇ ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ପକ୍ଷରୁ ସୂଚନା ମିଳିଛି । ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା କଟକ ମହାନଗର ନିଗମ । ଏନେଇ ସୋମବାର ସିଏମ୍‌ସିର ସ୍ୱତନ୍ତ୍ର ବରାଦି ବୈଠକରେ ଆଲୋଚନା ପରେ ନିଗମ ପକ୍ଷରୁ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଥିଲା ।

 

 

 

 

 

Breaking News