ରିପୋର୍ଟ କାର୍ଡ / କଟକ
ଉଧାର ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ଅମାନୁଷିକ ଦଣ୍ଡ । ବାଇକରେ ବାନ୍ଧି ଯୁବକଙ୍କୁ ୨ କିମି ଦୌଡ଼ାଇଲେ କିଛି ଯୁବକ । ଏଭଳି ବର୍ବରତା ଦେଖିବାକୁ ମିଳିଛି କଟକ ସହରରେ । ପ୍ରତ୍ୟେକ୍ଷଦର୍ଶୀ ଅଟକାଇବାରୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଛନ୍ତି ସେହି ଯୁବକ । କଟକ ମିସନରୋଡ ଅଞ୍ଚଳରେ ଅଧଘଣ୍ଟା ଧରି ଏଭଳି ବର୍ବରକାଣ୍ଡ ଚାଲିଥିଲେ ବି ପୁଲିସ ଜାଣି ନପାରିବା ନିହାତି ଆଶ୍ଚର୍ଯ୍ୟଜନକ। ଗଞ୍ଜେଇ କିଣିବାକୁ ନେଇଥିବା ଟଙ୍କା ଫେରସ୍ତ ନକରିବାରୁ ଯୁବକଙ୍କୁ ଏପରି ଅମାନବୀୟ ଭାବେ ଦଣ୍ଡିତ କରାଯାଇଥିବା କୁହାଯାଉଛି । ରବିବାର ସଂଧ୍ୟା ସାଢେ ୬ଟା ସମୟର ଘଟଣା । ମିସନ୍ରୋଡ୍ସ୍ଥିତ ଶୈଳବାଳା ମହିଳା କଲେଜରୁ ବକ୍ସିବଜାର ରାସ୍ତାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାୟ ୨୪ ବର୍ଷ ବୟସର ଜଣେ ଯୁବକଙ୍କ ହାତକୁ ଦଉଡ଼ିରେ ବାଇକ୍ ପଛରେ ବାନ୍ଧି ଦିଆଯାଇଥିଲା । ବାଇକ୍ରେ ବସିଥିବା ଦୁଇଜଣ ଯୁବକ ତାଙ୍କୁ ଟାଣି ନେଉଥିଲେ । ଯୁବକ ଜଣକ ବାଇକ୍ ପଛରେ ଧଇଁସଇଁ ହୋଇ ଦୌଡ଼ୁଥିବା ବେଳେ ଦୁଇ ଯୁବକ ମାରଣାସ୍ତ୍ର ଧରି ସମସ୍ତଙ୍କୁ ଭୟଭୀତ କରି ଗାଡ଼ି ଚଲାଉଥିଲେ ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..