Report Card Odisha

| Daily Odia News

ମହାନଦୀକୁ ଡେଇଁଲେ ଯୁବତୀ…..

ରିପୋର୍ଟ କାର୍ଡ / କଟକ

କଟକ ଯୋବ୍ରା ବ୍ୟାରେଜ୍‌ରୁ ମହାନଦୀକୁ ଡେଇଁଛନ୍ତି ଜଣେ ଯୁବତୀ । ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଯୁବକ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଖବର ଅନୁଯାୟୀ, ଆଜି ଅପରାହ୍ନ ସମୟରେ କଟକ ଯୋବ୍ରା ବ୍ୟାରେଜ୍‌ ନିକଟରେ ଘଟିଲା ଅଘଟଣ । ଜଣେ ଯୁବତୀ ବ୍ୟାରେଜ୍‌ ନିକଟକୁ ଆସି ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁପଡିଥିଲେ ।  ସେପଟେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁବକ ନଦୀକୁ ଡେଇଁ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲେ ।ଏହା ପରେ ଅଗ୍ନିସନ ବାହିନୀ ପହଂଚି ଉଦ୍ଧାର କରିଥିଲା |  ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କର ପରିଚୟ ମିଳିପାରି ନଥିବା ବେଳେ
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି |

Breaking News