ରିପୋର୍ଟ କାର୍ଡ / କଟକ
କଟକରେ ଜଣେ ମହିଳାଙ୍କ ଗଳାକାଟି ହତ୍ୟା ହୋଇଛି । ଆଜି କଟକ କୁତାଖାଇ ଗଳିରେ ଘରେ ପଶି ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି ଦୁର୍ଵୃତ୍ତ। ପରିବାର ଲୋକଙ୍କ କହିଵା ଅନୁସାରେ ମହିଳା ଜଣକ ଘରେ ଏକୁଟିଆ ଥିବା ଵେଳେ ଦୁର୍ଵୃତ୍ତମାନେ ଘରେ ପଶି ତାଙ୍କୁ ହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାଁ ହେଲା ଭି ଗୁଣଵତି । ଅପରାହ୍ନରେ ତାଙ୍କ ସ୍ବାମୀ ଘରକୁ ଖାଇଵାକୁ ଆସିଵା ପରେ ହିଁ ତାଙ୍କ ସ୍ତ୍ରୀଙ୍କୁ ରକ୍ତ ଜୁଡୁଵୁଡୁ ଅଵସ୍ଥାରେ ତୃତୀୟ ମହଲରେ ପଡି ରହିଥିବା ଦେଖିଥିଲେ ଵୋଲି କହିଛନ୍ତି। ତାଙ୍କ ପରିଵାରର କାହାରି ସହିତ କୌଣସି ଶତୃତା ନାହିଁ କିମ୍ବା ଘରୁ କୌଣସି ଜିନିଷ ଚୋରୀ ହେଇନଥିଵା ଯୋଗୁଁ ସେମାନେ ହତ୍ୟାକାଣ୍ଡ କାରଣ ଜାଣିପାରୁନାହାଁନ୍ତି ଵୋଲି ମୃତକଙ୍କ ସ୍ବାମୀ କହିଛନ୍ତି। ଘରେ ସ୍ବାମୀ, ସ୍ତ୍ରୀ ଓ ପୁଅ ରହୁଥିଲେ। ପୁଅ ଅନ୍ୟତ୍ର ଚାକିରୀ କରିଛନ୍ତି । କଟକ ଲାଲବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..