Report Card Odisha

| Daily Odia News

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା…..

ରିପୋର୍ଟ କାର୍ଡ / କଟକ

ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା । ସୋମବାର ବାଲିଯାତ୍ରାକୁ ମନ୍ତ୍ରୀ ବିକ୍ରମ ଆରୁଖ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ବାଲିଯାତ୍ରାରେ ୧୪ ଶହରୁ ଅଧିକ ଷ୍ଟଲ ହୋଇଥିବା ବେଳେ ଓରମାସ ପକ୍ଷରୁ ୪ ଶହରୁ ଅଧିକ ଷ୍ଟଲ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀ ସେମାନଙ୍କ ଷ୍ଟଲ ଖୋଲିଛନ୍ତି। ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟାବସ୍ଥା କରାଯାଇଛି। ଅପରାହ୍ଣ ୪ ଟା ପରେ ଯାତ୍ରା ପଡିଆକୁ ଆଉ ଗାଡି ଛଡାଯିବନି। ସମ୍ପୂର୍ଣ୍ଣ ଯାତ୍ରା ପଡିଆ ସିସିଟିଭି ନଜରରେ ରହିଛି। ସୁରକ୍ଷା ବ୍ୟବସ୍ଥା ପାଇଁ ୬୦ ପ୍ଳାଟୁନ ଫୋର୍ସ ରହିଛନ୍ତି। ବାଲିଯାତ୍ରା ବୁଲି ଆସୁଥିବା ଲୋକେ କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିପାରିବେ। ଏଥିସହିତ ୩୦ ଫୁଟ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ ଏବଂ ଲେଜର ଶୋର ବ୍ୟବସ୍ଥା ହୋଇଛି। ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରିବାକୁ ଯୋଜନା ହୋଇଛି। ଆସନ୍ତା ୪ ତାରିଖ ଯାଏଁ ଚାଲିବ କଟକ ବାଲିଯାତ୍ରା।

Breaking News