ରିପୋର୍ଟ କାର୍ଡ / କଟକ
କଟକ ସହରର ଦରଘାବଜାର ଦେଇ ଶୁକ୍ରବାର ରାତିରେ ଦୁର୍ଗାମେଢ଼ ଭସାଣି ଶୋଭାଯାତ୍ରା ଯାଉଥିବା ସମୟରେ ଜୟ ଶ୍ରୀରାମ ଧ୍ୱନିକୁ ନେଇ ଏକ ନିର୍ଦ୍ଦିଷ୍ଟ ଦିଗରୁ ପଥର, କାଚବୋତଲ ମାଡ଼ ହୋଇଥିଲା । ଏଥିରେ ଅନେକ ଆହତ ହୋଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଶୋଭାଯାତ୍ରାରେ ଶ୍ରୀରାମଙ୍କ ସଙ୍ଗୀତକୁ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ଦେଖାଦେଇଛି। ରବିବାରରେ ଏହା ଉଗ୍ରରୂପ ନେବାପରେ କଟକର କିଛି ଅଂଶରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ସ୍ଥିତି ନିୟନ୍ତ୍ରଣରେ ଥିବା କଥା ପୋଲିସ କମିଶନର ସୂଚନା ଦେଇଛନ୍ତି । ସାମ୍ପ୍ରଦାୟିକ ହିଂସାକୁ ନଜରରେ ରଖି ସହରରେ ସୋସିଆଲ ମିଡିଆ ବ୍ୟାନ କରିଛି। ହ୍ଵାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ସ୍ନାପଚାଟକୁ ବ୍ୟାନ କରାଯାଇଛି। ୨୪ ଘଣ୍ଟା ପାଇଁ ଏହି ବ୍ୟାନ କରାଯାଇଛି। ଆଜି ସନ୍ଧ୍ୟା ୭ଟା ଯାଏ ବ୍ୟାନ ବଳବତ୍ତର ରହିବ।ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ରବିବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ବିଶ୍ବ ହିନ୍ଦୁ ପରିଷଦ କଟକ ମହାନଗର ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ରବିବାର ଅପରାହ୍ନରେ ଏକ ମୋଟରସାଇକେଲ ରାଲି ହୋଇଯାଇଛି। ଏହି ରାଲି ବିଦ୍ୟାଧରପୁରରୁ ବାହାରି ନୂଆବଜାର, ପୋତାପୋଖରୀ, ଚାଉଳିଆଗଞ୍ଜ, ଓଏମ୍ପି, କଲେଜ ଛକ, ରାଣୀହାଟ, ବଜ୍ରକବାଟି, ଦୋଳମୁଣ୍ଡାଇ, ବାଦାମବାଡ଼ି ଟ୍ରାଫିକ ଛକ, ଦୋଳମୁଣ୍ଡେଇ, ହରିପୁର, ହାତୀପୋଖରୀ, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ନିମଚୌଡ଼ି, ଚାନ୍ଦିନୀଚୌକ ଆଦି ଅଞ୍ଚଳ ପରିକ୍ରମା କରିଛି। ସୋମବାର କଟକ ବନ୍ଦ ଡାକରାରେ ବ୍ୟବସାୟୀ ଓ ଲୋକମାନଙ୍କୁ ହଇରାଣ ହେବାରୁ ରକ୍ଷା କରିବା ପାଇଁ ମାଲଗୋଦାମ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ଏନେଇ ରବିବାର ପ୍ରେସ୍ ବିବୃତିରେ ଜଣାଇଛନ୍ତି। ପେଟ୍ରୋଲ ପମ୍ପ, ହସ୍ପିଟାଲ, ମେଡିସିନ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା ରହିବ। କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୋଲିସ କମିଶନରଙ୍କ ସୂଚନା ଦେଇଛନ୍ତି। ଅଧିକ ବସ ଚଳାଚଳ ନ କରିବା ପାଇଁ ପୋଲିସ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି। କଟକ ସହରରେ ଥିବା ସବୁ ସରକାରୀ ଅଫିସ ଓ SCB ମେଡିକାଲ ଖୋଲା ରହିବ ବୋଲି ଜଣାପଡ଼ିଛି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……