ରିପୋର୍ଟ କାର୍ଡ / କଟକ
କୋଭିଡ୍ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ କଟକରେ ପୁଣି ଏକ ସେଣ୍ଟରକୁ ସିଲ୍ କଲା କଟକ ମହାନଗର ନିଗମ । ଆଜି ସିଡିଏ ଅଫିସ ପାଖରେ ଥିବା ମହେନ୍ଦ୍ରା କ୍ଲାସେସ୍ କୋଚିଂ ସେଣ୍ଟରକୁ ସିଏମସି ସିଲ୍ କରିଛି ।କ୍ଲାସ୍ରୁମ୍ରେ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ଅଭିଯୋଗରେ ସିଲ୍ ହୋଇଛି । ଏହି କିଛି ଦିନ ତଳେ ଏମିତି ଅନୁରୂପ ଭାବେ ଆଉ ଏକ ଶିକ୍ଷାନୁଷ୍ଠାନକୁ ସିଲ୍ କରିଥିଲା ସିଏମସି । ଆଗାମୀ ଦିନରେ ମଧ୍ୟ ସହରରେ ସିଏମସି ଓ ସିଡିଏ ପକ୍ଷରୁ ମିଳିତ ଭାବେ ଏହି ଚଢଉକୁ ଜୋରଦାର କରାଯିବ ବୋଲି ସୂଚନା ଦିଆଯାଇଛି।
More Stories
ବାଣ ଗୋଦାମରେ ବିସ୍ଫୋରଣ, ୫ ଗୁରୁତର…..
ପୋଲ ତଳକୁ ଖସିଲା ବସ୍,୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..
ଲକ୍ଷ୍ମୀ ବସ୍-ହାଇୱା ମୁହାଁମୁହିଁ ଧକ୍କା….