ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୂର୍ବ ଦିଲ୍ଲୀର ଦିଲଶାଦ ଗାର୍ଡନ ଶିଳ୍ପାଞ୍ଚଳ ସ୍ଥିତ ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି | ଏମଟିଏନଏଲ କାର୍ଯ୍ୟାଳୟ ନିକଟରେ ଥିବା କାରଖାନାରେ ଆଜି ସକାଳେ ୮ଟା ୩୬ ସମୟରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ଅଗ୍ନିକାଣ୍ଡ ମାତ୍ରେ ଦମକଳ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ୨୫ଟି ଦମକଳ ଗାଡ଼ି ସହ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ। ନିଆଁ ଲାଗିବା ମାତ୍ରେ ସାରା ଅଞ୍ଚଳରେ ଧୂଆଁମୟ ହୋଇଯାଇଥିଲା। କଳକାରଖାନାରେ ନିଆଁ ଲାଗିବାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି। ଘଟଣାରେ କେତେ ପରିମାଣରେ କ୍ଷତି ହୋଇଛି ସେନେଇ ସୂଚନା ମିଳିପାରି ନାହିଁ।






More Stories
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..