ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶନିବାର କଂଗ୍ରେସର ନୂତନ କାର୍ଯ୍ୟ କମିଟି (ସିଡବ୍ଲୁସି)ର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ରଣନୀତି, ବିରୋଧୀ ମେଣ୍ଟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ। ଅଗଷ୍ଟ ୨୦ରେ କଂଗ୍ରେସ ଏହାର କାର୍ଯ୍ୟ କମିଟିର ପୁନର୍ଗଠନ କରିଥିଲା, ଯେଉଁଥିରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ। କାର୍ଯ୍ୟ କମିଟିରେ ୩୯ ଜଣ ସଦସ୍ୟ, ୩୨ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ୧୩ ଜଣ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କୁ ସାମିଲ କରାଯାଇଛି। ସଚିନ ପାଇଲଟ ଏବଂ ଶଶି ଥରୁରଙ୍କ ପରି ନେତାମାନେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟ କମିଟିରେ ସ୍ଥାନ ପାଇଛନ୍ତି।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..