Report Card Odisha

| Daily Odia News

ଭାଉଜକୁ କଲଗାର୍ଲ ବନେଇଲେ ନଣନ୍ଦ-ଦିଅର……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭାଉଜକୁ କର୍ଲଗାର୍ଲ ବନେଇ ଅଶ୍ଲୀଳ ଫଟୋ ପୋଷ୍ଟ ସହ ଫେସ୍‌ବୁକ୍‌ରେ ନକଲି ଆକାଉଣ୍ଟ ବନାଇଲେ ନଣନ୍ଦ | ସେଥିରେ ଭାଉଜଙ୍କ ନମ୍ବର ପୋଷ୍ଟ କଲେ । ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛନ୍ତି । ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର ଗୋବିନ୍ଦପୁର ଗାଁର ଧନେଶ୍ୱର ବେହେରାଙ୍କ ଝିଅ ଶୁଭଶ୍ରୀ ବେହେରା । ଘଟଣାରେ ସାମିଲଥିବା ଫେରାର୍‌ ଦିଅରକୁ ପୋଲିସ ଖୋଜୁଥିବା ଜଣାପଡିଛି । ଅଭିଯୋଗ ଅନୁସାରେ- କିଛି ଦିନ ହେଲା ତାଙ୍କ ପାଖକୁ କିଛି ଅଜଣା ଫୋନ୍‌ କଲ୍‌ ଆସୁଥିଲା । ଅନ୍ୟପଟୁ ଲୋକମାନେ ଗ୍ରାହକ ସାଜି ତାଙ୍କୁ ଦେହଜୀବୀ ପାଇଁ ଡାକୁଥିଲେ । ନାନା ଅଶ୍ଲୀଳ କଥା କହୁଥିଲେ। ପରେ ସେ ଜାଣିବାକୁ ପାଇଲେ, କେହି ତାଙ୍କ ନାଁରେ ଏକ ନକଲି ଫେସବୁକ୍‌ ଆକାଉଣ୍ଟ ଖୋଲିଛି । ସେଥିରେ ତାଙ୍କ ୨ଟି ମୋବାଇଲ ନମ୍ବରକୁ ପୋଷ୍ଟ କରିଛି । ଏକ ଅଜଣା ଝିଅର ଫଟୋକୁ ଅଶ୍ଲୀଳ ଭାବେ ଏଡିଟ୍‌ କରି ଉକ୍ତ ନକଲି ଫେସବୁକର ଡିପିରେ ରଖିଛି । ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା ଯେ, ଏପ୍ରକାର ଦଣ୍ଡନୀୟ ଅପରାଧ ପୀଡ଼ିତାଙ୍କର ନଣନ୍ଦ ଏବଂ ଦିଅର ମିଳିମିଶି କରିଛନ୍ତି । ପୋଲିସ ସେମାନଙ୍କୁ ଥାନାକୁ ଡକାଇଥିଲା । ସେମାନେ ତଦନ୍ତରେ କୌଣସି ପ୍ରକାରର ସହଯୋଗ କରି ନଥିଲେ । ଓଲଟା ପୋଲିସ କୁ ଅଭଦ୍ର ଆଚରଣ କରିଥିବା ସୂଚନା ମିଳିଛି ।

Breaking News