Report Card Odisha

| Daily Odia News

ବାତ୍ୟା ପାଇଁ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସମ୍ଭାବ୍ୟ ବାତ୍ୟା ‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଥିପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌ ଖୋଲାଯାଇଛି। ବାତ୍ୟା କେଉଁଆଡେ ଯିବ ଗତିପଥ ଉପରେ ପୁରା ନଜର ରଖିଛି କଣ୍ଟ୍ରୋଲ ରୁମ୍‌‌। ପ୍ରଭାବିତ ହେବାକୁ ଥିବା ଜିଲା ଗୁଡିକରେ ଜିଲ୍ଲାପାଳଙ୍କ ସହ କଣ୍ଟ୍ରୋଲ ରୁମ୍‌‌ ପୁରା ନଜର ରଖିଛି। ପ୍ରଭାବିତ ହେବାକୁ ଥିବା ଜିଲା ଗୁଡିକୁ ବରିଷ୍ଠ ଆଇଏସ୍‌‌ ଅଧିକାରୀ ଗସ୍ତ କରିବେ। ଉପକୂଳ ଓଡ଼ିଶା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତିରେ ଏନଡିଆରଏଫ, ଓଡ଼୍ରାଫ୍‌‌ ଓ ଅଗ୍ନିଶମ ଟିମ୍‌‌ ମୁତୟନ ହେବାକୁ ଆଜି ସନ୍ଧ୍ୟାରୁ ଜିଲା ଅଭିମୁଖେ ବାହାରିବେ ବୋଲି ସୂଚନା ମିଳିଛି।

Breaking News