ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୩୬ ଘଣ୍ଟା ମଧ୍ୟରେ ତୀବ୍ର ହୋଇ ପରବର୍ତ୍ତୀ ୨ ଦିନରେ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। ଟୁଇଟ୍ କରି ପାଣିପାଗ ବିଭାଗ ଲେଖିଛି: ଜୁନ୍ ୮ ତାରିଖ ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୋଆର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୮୪୦ କିଲୋମିଟର୍ ଏବଂ ମୁମ୍ବାଇର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୮୭୦ କିଲୋମିଟର୍ ଦୂରରେ ରହିଛି। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ତୀବ୍ରତର ହୋଇ ପରବର୍ତ୍ତୀ ୨ ଦିନରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହେବ। ପୂର୍ବରୁ ଜାରି କରିଥିବା ବୁଲେଟିନ୍ରେ ପାଣିପାଗ ବିଭାଗ କହିଥିଲା, ଜୁନ୍ ୮ ତାରିଖ ସନ୍ଧ୍ୟା ୫.୩୦ ସୁଦ୍ଧା ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୋଆର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୮୬୦ କିଲୋମିଟର୍ ଏବଂ ମୁମ୍ବାଇର ପଶ୍ଚିମ-ଦକ୍ଷିଣପଶ୍ଚିମକୁ ପ୍ରାୟ ୯୧୦ କିଲୋମିଟର୍ ଦୂର ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଏହା ଆହୁରି ତୀବ୍ର ହୋଇ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଆରବ ସାଗରର ଏହି ବାତ୍ୟା ଉପଦ୍ରୁତ ଅଞ୍ଚଳକୁ ପ୍ରବେଶ ନ କରିବା ଲାଗି ପାଣିପାଗ ବିଭାଗ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦେଇଥିଲା। ଏହାଛଡ଼ା, ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି, ସେମାନେ କୂଳକୁ ଫେରିଆସିବାକୁ ମଧ୍ୟ ପାଣିପାଗ ବିଭାଗ ପୂର୍ବରୁ କହିଥିଲା।






More Stories
୭୫ ଦେଶର ଲୋକଙ୍କୁ ଆମେରିକାରେ ନୋ ଏଣ୍ଟ୍ରି…..
ମମତାଙ୍କୁ ବଡ଼ ଝଟକା ଦେଲେ ସୁପ୍ରିମକୋର୍ଟ…..
ଜୟପୁରରେ ୭୮ତମ ସ୍ଥଳସେନା ଦିବସ ପାଳନ…..