ରିପୋର୍ଟ କାର୍ଡ / ଭୁବନେଶ୍ବର
ବାତ୍ୟା ‘ଦାନା’ ଚାନ୍ଦବାଲିରେ ଛୁଇଁବ ସ୍ଥଳଭାଗ। ଦେଖାଗଲା ବାତ୍ୟା ‘ଦାନା’ର ଆଖି। ପାରାଦ୍ବୀପ ରାଡାରକୁ ଆସିଲା ବାତ୍ୟା ‘ଦାନା’ର ଆଖି। ଆଜି ରାତିରୁ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବ। ବାତ୍ୟା ‘ଦାନା’ ବଙ୍ଗୋପସାଗରରୁ ବଳ ଗୋଟାଇ ଭୀଷଣ ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି । ଭୀଷଣ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଉପକୂଳ ଆଡ଼େ ମୁହାଁଉଛି । ଆଜି ମଧ୍ୟରାତ୍ରିରୁ କାଲି ସକାଳ ଭିତରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ। ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା-ଭଦ୍ରକ ଅଧିକ ପ୍ରଭାବିତ ହେବେ। ‘ଦାନା’ର କୋପ ଯୋଗୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ଧୀରେ ଧୀରେ ଏହା ବଢ଼ିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ପ୍ରାୟ ୨ ମିଟର ଉଚ୍ଚର ଜୁଆର ଆସିବ ବୋଲି ଜଣାପଡ଼ିଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……