ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଗତ କିଛି ଦିନ ହେଲା ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ନେଇ ଗୁଜବ ପ୍ରଚାର ହେଉଛି। ଏହି କ୍ରମରେ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ ଦେଖାଯାଇଛି। ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍ ମିଳିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ କରାଯାଇଛି। ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବିମାନରେ ବୋମା ଥିବା ନେଇ ଗୁଜବ ପ୍ରଚାର ହେଲା ପରେ ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଏହା ପରେ ବିମାନବନ୍ଦରରୁ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। ତଦନ୍ତ ପରେ ବିମାନରୁ କୌଣସି ବୋମା ମିଳିପାରି ନାହିଁ। ବାଙ୍ଗାଲୁରୁ ବିମାନ(୬ଏ-୧୨୮)ରେ ବୋମା ଆଶଙ୍କାରେ ବିମାନରେ ଖାନତଲାସ କରାଯାଇଛି। ଦିନ ସାଢେ଼ ୩ଟା ସୁଦ୍ଧା ବିମାନ ଉଡାଣ ନେଇନାହିଁ। ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିନଥିଲେ ହେଁ ଜରୁରୀ କାରଣ ଯୋଗୁଁ ବିମାନ ଉଡାଣ ବିଳମ୍ବିତ ହୋଇଥିବା ନେଇ ସୁରକ୍ଷା ଦାୟିତ୍ଵରେ ଥିବା ଅଧିକାରୀ କହିଛନ୍ତି। ଆଜି ଦିନ ୧୨ଟା ୩୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ ୧ଟା ୧୦ ମିନିଟରେ ଛାଡିବାର୍ ଥିଲା। କିନ୍ତୁ ବୋମା ସୂଚନା ମିଳିବା ପରେ ବିମାନକୁ ଅଟକାଇ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଆଉଥରେ ଯାଞ୍ଚ କରାଯାଇଥିଲା। ତେବେ ବିମାନରୁ ସେଭଳି କୌଣସି ବୋମା ମିଳି ନଥିବା ନେଇ ଜନୈକ ସୁରକ୍ଷା କର୍ମୀ କହିଛନ୍ତି।






More Stories
ପୁଣି ଲଘୁଚାପ ସମ୍ଭାବନା…..
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
୧୦ ଜିଲ୍ଲାରେ ହେବ ନିଯୁକ୍ତି……