ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମ ଅଷ୍ଟ୍ରେଲିଆରେ ମହାବାତ୍ୟା ଇଲସାର ତାଣ୍ଡବ । ପୋର୍ଟ ହେଡଲ୍ୟାଣ୍ଡ ଓ ବେଡୋଟ ଦ୍ବୀପାଞ୍ଚଳରେ ଘଣ୍ଟାପ୍ରତି ୨୧୮ କିଲୋମିଟର ବେଗରେ ପବନ ବହୁଛି । ଏହାକୁ ନେଇ ବିଭିନ୍ନ ସ୍ଥାନରେ ଜାରି କରାଯାଇଛି ଆଲର୍ଟ । ମହାବାତ୍ୟା ଯୋଗୁ ବିପୁଳ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ଇଲ୍ସା ଆଜି ସକାଳେ ପିଲବାରା ଉପକୂଳରେ ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ରଚିଛି ତାଣ୍ଡବ । ବିଗତ ୨୦୦୭ରେ ଅଷ୍ଟ୍ରେଲିଆରେ ତାଣ୍ଡବ ରଚିଥିଲା ସାଇକ୍ଲୋନ ଜର୍ଜ । ଏହାର ଘଣ୍ଟାପ୍ରତି ବେଗ ଥିଲା ୧୯୪ କିଲୋମିଟର ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..