ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାତ୍ୟା ଜୱାଦ୍ ଗୁଲାବ ଠାରୁ ଅଧିକ ଶକ୍ତିଶାଳୀ ହେବ । ବିଶାଖାପାଟଣାରୁ ଠାରୁ ବର୍ତ୍ତମାନ ୪୨୦ କିମି ଦୂରରେ ରହିଛି ବାତ୍ୟା । ଆସନ୍ତା ୪ ତାରିଖ ସଂଧ୍ୟା ପରେ ବାତ୍ୟାର ଦିଗ ପରିବର୍ତ୍ତନ ହେବ । ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ଏହାପରେ ୫ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ଉପକୂଳ ନିକଟ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ। ଉପକୂଳ ଛୁଇଁଲା ପରେ ଏହା କ୍ରମେ ଦୁର୍ବଳ ହେବ ବାତ୍ୟା । ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଏହା ଗୁଲାବ ବାତ୍ୟାଠୁ ଅଧିକ ତିତିଲିଠୁ କମ୍ ହେବ ବୋଲି କହିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ହୋଇଥିବା ଗୁଲାବ ବାତ୍ୟାରେ ସର୍ବାଧିକ ପବନର ବେଗ ଥିଲା ଘଣ୍ଟାପ୍ରତି ୮୫ କିଲୋମିଟର । ୨୦୧୮ ଅକ୍ଟୋବରରେ ହୋଇଥିବା ତିତିଲି ବାତ୍ୟାରେ ଲ୍ୟାଣ୍ଡଫଲ ସ୍ଥଳରେ ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ଥିଲା ୧୫୦କିଲୋମିଟର । ଜୱାଦରେ ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ପବନ ବହିପାରେ ବୋଲି ଆକଳନ କରାଯାଉଛି । ତେବେ ବାତ୍ୟା ପ୍ରଭାବରେ ସମୁଦ୍ରରେ ୫ ମିଟର ଉଠିବ ଜୁଆର । ବାତ୍ୟା, ପବନ ଓ ଜୁଆର ନେଇ IMD ଡିଜି ଏଭଳି ସୂଚନା ଦେଇଛନ୍ତି । ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ । ନିୟମିତ ପ୍ରାୟ ୪ ମିଟର ଯାଏଁ ଜୁଆର ଆସିଥାଏ, ହେଲେ ବାତ୍ୟା ପାଇଁ ଆଉ ୧ ମିଟର ବଢ଼ିବ । ତେଣୁ ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି । ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….