ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାତ୍ୟା ଆସାନୀ କୁ ନେଇ ରାଜ୍ୟବାସୀ ଭୟବିତ୍ତ ଥିବା ବେଳେ , ଏହାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି | କହିଛନ୍ତି କି ଏ ଯାଏ ଜଣାପଡିନି ବାତ୍ୟା କେଉଁ ଆଡ଼କୁ ଯିବ। ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିକି ରଖିଛୁ। ୩ ଦିନରେ ତା ଦିଗ ଜଣାପଡ଼ିବ। ସେହି ଅନୁସାରେ ଆମେ ପଦକ୍ଷେପ ନେବୁ। ସୂଚନାଯୋଗ୍ୟ ଯେ, ଦକ୍ଷିଣ ଅଣ୍ଡାମାନରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା ସକ୍ରିୟ ମଧ୍ୟ ରହିଛି। ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପରେ ଜଣା ପଡିବ ଏହା କେତେ ଘନୀଭୂତ ହେଉଛି ଏବଂ ବାତ୍ୟାର ରୂପ ନେବକି ନାହିଁ ଓ କେଉଁ ଦିଗରେ ରହିବ। ବର୍ତମାନ ସୁଦ୍ଧା ବାତ୍ୟା ହେବା ଓ ଗତି ଅସ୍ପଷ୍ଟ ରହିଛି।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……