ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାତ୍ୟା ଆସାନୀ କୁ ନେଇ ରାଜ୍ୟବାସୀ ଭୟବିତ୍ତ ଥିବା ବେଳେ , ଏହାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି | କହିଛନ୍ତି କି ଏ ଯାଏ ଜଣାପଡିନି ବାତ୍ୟା କେଉଁ ଆଡ଼କୁ ଯିବ। ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିକି ରଖିଛୁ। ୩ ଦିନରେ ତା ଦିଗ ଜଣାପଡ଼ିବ। ସେହି ଅନୁସାରେ ଆମେ ପଦକ୍ଷେପ ନେବୁ। ସୂଚନାଯୋଗ୍ୟ ଯେ, ଦକ୍ଷିଣ ଅଣ୍ଡାମାନରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା ସକ୍ରିୟ ମଧ୍ୟ ରହିଛି। ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପରେ ଜଣା ପଡିବ ଏହା କେତେ ଘନୀଭୂତ ହେଉଛି ଏବଂ ବାତ୍ୟାର ରୂପ ନେବକି ନାହିଁ ଓ କେଉଁ ଦିଗରେ ରହିବ। ବର୍ତମାନ ସୁଦ୍ଧା ବାତ୍ୟା ହେବା ଓ ଗତି ଅସ୍ପଷ୍ଟ ରହିଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..