Report Card Odisha

| Daily Odia News

ବୁଧବାର ପୂର୍ବାହ୍ନ ୧୧ଟାରୁ ଗୋଟାଏ ଭିତରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟାସ୍‌’,….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ‘ୟାସ୍‌’। ଏବେ ବାତ୍ୟା ‘ୟାସ୍‌’ ପାରାଦୀପଠାରୁ ୪୯୦ କି.ମି ଦୂରରେ ଥିବା ବେଳେ ୭ କି.ମି ପ୍ରତି ଘଣ୍ଟା ବେଗରେ ଗତି କରୁଛି। ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ୟାସ୍‌। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳୁଥିବା ବେଳେ ବାତ୍ୟାର ଗତିପଥ, ବେଗ ଏବଂ ଲ୍ୟାଣ୍ଡଫଲ ସମୟ ନେଇ ପ୍ରତି ଥର ନୂଆ ନୂଆ ତଥ୍ୟ ମିଳୁଛି। ଯଦିଓ ବାଲେଶ୍ବର ପାଖାପଖି ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ମିଳୁଛି କିନ୍ତୁ ଏନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ । ପୂର୍ବରୁ ବାତ୍ୟା ମଧ୍ୟାହ୍ନରେ ମାଡ଼ ହେବା ନେଇ ଆକଳନ କରାଯାଇଥିଲା। ଏବେ ଏବେ ମିଳିଥିବା ସୂଚନା ଅନୁସାରେ ବାତ୍ୟା ୟାସ୍‌ ପୂର୍ବହ୍ନ ୧୧ଟାରୁ ଦ୍ବିପ୍ରହର ଗୋଟାଏ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି କୁହାଯାଉଛି। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ପୁରୀ, ଖୋର୍ଦ୍ଧା, କଟକରେ ୧୦୦ କି.ମି ବେଗରେ ପବନ ବହିବ। ଏହାକୁ ନଜରରେ ରଖି ପାରାଦୀପ, ଧାମରା ପୋର୍ଟକୁ ବିପଦ ସଙ୍କେତ ଜାରି କରାଯାଇଛି। ବାତ୍ୟା ୟାସ୍‌ ବାଲେଶ୍ବର ନିକଟରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ରହିଛି। ତେବେ ୨୬ ମେ’ରେ ବାତ୍ୟା ୧୧ଟାରୁ ଦିନ ଗୋଟାଏ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ କି.ମିରୁ ୧୬୫ କି.ମି ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Breaking News